Latest Odisha News

BREAKING NEWS

ଏକାମ୍ର କ୍ଷେତ୍ରରେ ଠାବ ହେଲା ଆଉ ଏକ ମନ୍ଦିର

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରରେ ଠାବ ହେଲା ଏକ ମନ୍ଦିର। ଏସଆଇ ପକ୍ଷରୁ ଖନନ କାର୍ଯ୍ୟ ଚାଲିଥିବା ସମୟରେ ଆଜି ଏହି ମନ୍ଦିର ଭଗ୍ନା ବିଶେଷକୁ ଦେଖିବାକୁ ମିଳିଥିଲା। ସୁକୋଶାରୀ ମନ୍ଦିର ପାଶ୍ୱର୍ରୁ ଏହି ଭଗ୍ନ ମନ୍ଦିର ମିଳିଛି ।ଏଠାରେ ଅନେକ ଐତିହାସିକ ପୂରାତନ ମନ୍ଦିର ଥିବା ଅନୁମାନ କରାଯାଉଛି । ଗତ ଜାନୁଆରୀ ରୁ ଖନନ କାର୍ଯ୍ୟ ଚାଲିଥିଲା ।ବର୍ଷା ଲାଗି ରହିବା କାରଣରୁ କିଛି ଦିନ ମନ୍ଦିର ଖନନ କାର୍ଯ୍ୟ ବନ୍ଦ ଥିଲା।

ବର୍ତ୍ତମାନ ପୁଣି ଖନନ କାର୍ଯ୍ୟ ଚାଲିଥିବା ସମୟରେ ଏହି ମନ୍ଦିର ବାହାରିଥିଲା । ଏହି ଖନନନରେ ଗୋଟିଏ ମନ୍ଦିରର ମୂଳଦୁଆ ଚିହ୍ନଟ ମଧ୍ୟ କରାଯାଇଛି । ଏହି ମନ୍ଦିର କେତେବର୍ଷ ତଳର ତାହା ଜଣାପଡ଼ିନାହିଁ।ଏବେବି ଖନନ କାର୍ଯ୍ୟ ଜାରି ରହିଛି ବୋଲି ଏସଆଇ ଅଧିକାରୀ କହିଛନ୍ତି । ମନ୍ଦିର ମାଳିନୀ ଲିଙ୍ଗରାଜ କ୍ଷେତ୍ରରେ ଆହୁରି ଅନେକ ମନ୍ଦିର ମିଳିପାରେ ବୋଲି ଏସଆଇପକ୍ଷରୁ କୁହାଯାଇଛି।

Comments are closed.