Latest Odisha News

ବନ ବିଭାଗର ଚଢ଼ାଉ: ଶାଳ ଓ ଗମ୍ଭାରୀ କାଠ ଜବତ, ୫ଗିରଫ

କେନ୍ଦୁଝର: କେନ୍ଦୁଝର ପାଟଣା ରେଞ୍ଜ ଖିରେଇଟାଙ୍ଗିରୀରୁ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଶାଳ ଓ ଗମ୍ଭାରୀ କାଠ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୩୦ହଜାର ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି।

ସୂଚନା ଅନୁସାରେ, ଖିରେଇଟାଙ୍ଗିରୀ ସେକ୍ସନ ନିକଟରେ କାଠ ଚିରା ହେଉଥିବା କୌଣସିମତେ ଖବର ପାଇ ବନ ବିଭାଗ ଅତର୍କିତ ଚଢ଼ାଉ କରିଥିଲେ। ଏଥିରେ ୩ଜଣଙ୍କୁ ଗିରଫ କରିଥିଲେ। ଅନ୍ୟ କିଛି କାଠ କଟାଳି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏସିଏଫ୍ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ସ୍କ୍ୱାର୍ଡ଼ ଟିମ୍ ସହ ଏହି ଚଢ଼ାଉ କରିଥିଲେ।

ଚଢ଼ାଉରେ କବିର ଅନସାରୀ, ମୁସ୍କାବ ଅନସାରୀ ଓ ସାମ ସୁଦିନ ଅନସାରୀଙ୍କୁ ଗିରଫ କରିଥିଲେ। ସେପଟେ ତେଲକୋଇ ରେଞ୍ଜ ତାଳପଦା ଗାଁ ଜଙ୍ଗଲରୁ ଗଛ କାଟି ପଟ୍ଟା ଚିରୁଥିବାବେଳେ ବନ ବିଭାଗ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇଜଣ ହେଲେ ପ୍ରୋମଦ ଜୁଆଙ୍ଗ ଓ ମଣି ଜୁଆଙ୍ଗ। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.