Latest Odisha News

BREAKING NEWS

[ଭିଡିଓ] ଶିବ ମନ୍ଦିରରେ ନାଗ

ବରଗଡ଼ : ଶିବ ମନ୍ଦିରରେ ନାଗ ସାପ। ବରଗଡ଼ ଜିଲ୍ଲା ଭେଡେନ ବ୍ଲକରେ ସିଦ୍ଧେଶ୍ୱର ବାବା ଶିବ ମନ୍ଦିର ଭିତରେ ୩ ଫୁଟ ଲମ୍ବର ନାଗସାପ ପଶିିଥିବା ଦେଖାବାକୁ ମିଳିଛି । ଗତ କାଲି ପ୍ରାୟ ରାତି ୧୧ ଟା ପାଖାପାଖି ହେବ ମନ୍ଦିର ଭିତରେ ଏକ ନାଗ ସାପ ପଶିଯାଇଥିଲା । ସାପଟି ମନ୍ଦିର ବୃଷଭ ମୂର୍ତ୍ତିରେ ଗୁଡେଇ ହୋଇ ରହିଥିବା ମନ୍ଦିର ପୂଜକ ଦେଖିଥିଲେ।

 

ପରେ ମନ୍ଦିର ପୂଜକ ସ୍ନେକ ହେଲପ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ। ସ୍ନେକ ହେଲପ ଲାଇନ ସଦସ୍ୟ ହରିହର ମେହେର ଘଟଣା ସ୍ଥଳରେ ପହଁଚି ସାପକୁ ଉଦ୍ଧାର କରିଥିଲେ। ପରେ ସାପକୁ ଏକ ବ୍ୟାଗରେ ପୁରାଇ ମନ୍ଦିରଠାରୁ ଦୂରରେ ଏକ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଦିଆଯାଇଛି।

Comments are closed.