Latest Odisha News

୧୮ ବର୍ଷ ହେବ ଆଇସିସି ଇଂଭେଟରେ ନ୍ୟୁଜିଲାଣ୍ଡକୁ ହରାଇ ପାରିନି ଭାରତ

ଦୁବାଇ: ଚଳିତ ଟି୨୦ ବିଶ୍ୱକପରେ ପ୍ରଥମ ମୁକାବିଲାରେ ପାକିସ୍ତାନଠାରୁ ହାରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେମି ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ବାକି ତକ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ୩୧ ଅକ୍ଟୋବରରେ ଭାରତ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ଭେଟିବ । ଆଇସିସି ଇଭେଂଟରେ କିୱି ବିପକ୍ଷରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏପରିକି ୧୮ ବର୍ଷ ହେବ ନ୍ୟୁଜିଲାଣ୍ଡକୁ ହରାଇ ପାରିନି ଭାରତ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପକୁ ମିଶାଇ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୭ଟି ମୁକାବିଲା ଖେଳାଯାଇଛି । ଏଥିରେ ନ୍ୟୁଜିଲାଣ୍ଡ ୬ଟିରେ ବିଜୟୀ ହୋଇଛି । ୨୦୦୩ରେ ଭାରତ କେବଳ ବିଜୟ ହାସଲ କରିଛି ।

ଓଭରାଲ ଟି୨୦ ମୁକାବିଲାରେ ଉଭୟ ଦେଶ ମଧ୍ୟରେ ୧୬ଟି ମ୍ୟାଚ ଖେଳାଯାଇଛି । ନ୍ୟୁଜିଲାଣ୍ଡ ୮ ଓ ଭାରତ ୬ ମ୍ୟାଚରେ ବିଜୟୀ ହୋଇଛି । ଟିମ ଇଣ୍ଡିଆ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ତେବେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଏହି ଚାପଭରା ମୁକାବିଲାରେ ବିଜୟ ହାସଲ କରିବ ବୋଲି ପ୍ରଶଂସକମାନେ ଆଶାୟୀ ଅଛନ୍ତି ।

Comments are closed.