Latest Odisha News

BREAKING NEWS

ଜାମ୍ମୁ-କାଶ୍ମୀର ଏଲଓସି ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ନାଉଶେରା ସେକ୍ଟରରେ ଏଲଓସି ନିକଟରେ ଶନିବାରରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇଜଣ ଯବାନ ସହିଦ ହୋଇଛନ୍ତି। ଏଥିରେ ଜଣେ ଅଫିସର ଓ ଜଣେ ସୈନିକ ନିଜ ପ୍ରାଣ ହରାଇଥିବାବେଳେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଅଧିକାରୀଙ୍କ ସୂତ୍ର ଅନୁସାରେ, ଏଲଓସି ନିକଟରେ ଲାଗିଥିବା ଲ୍ୟାଣ୍ଡମାଇନ ନିକଟରେ ଯାଉଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଜଣେ ଅଫିସର ଓ ଯବାନ ଶହିଦ ହୋଇଥିଲେ। ସୂଚନା ମିଳିବା ମାତ୍ରେ ଅନ୍ୟ ସୈନିକ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଜାମ୍ମୁ କ୍ଷେତ୍ରର ଜଣେ ରକ୍ଷା ପ୍ରବକ୍ତା କହିଛନ୍ତି, ନାଉଶେରା ସେକ୍ଟରରେ ଅଞ୍ଚଳ ପେଟ୍ରୋଲିଂ କରୁଥିବା ସମୟରେ ଏହି ବିସ୍ଫୋରଣ ହୋଇଛି।

ସେ ଏହା ମଧ୍ୟ କହିଛନ୍ତି ଯେ, ଲେଫ୍ଟିନେଣ୍ଟ ଋଷି କୁମାର ଏବଂ ସିପାହୀ ମଞ୍ଜିତ ବାହାଦୂର ଓ କର୍ମଠ ଥିଲେ। ଯେଉଁମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି। ଦେଶ ଏବଂ ଭାରତୀୟ ସେନା ଦୁଇ ବାହାଦୂର ଯବାନଙ୍କ ସର୍ବୋଚ୍ଚ ବଳିଦାନ ପାଇଁ ସବୁବେଳେ ଋଣୀ ରହିବ। ଲେଫ୍ଟିନେଣ୍ଟ ଋଷି କୁମାର ବିହାର ବେଗୁସରାଇ ନିବାସୀ ଓ ସିପାହୀ ମଞ୍ଜିତ ସିଂହ ପଞ୍ଜାବର ଭତିଣ୍ଡା ସିର୍ବେୱାଲ ବାସିନ୍ଦା।

Leave A Reply

Your email address will not be published.