Latest Odisha News

ଦରବୃଦ୍ଧି ପ୍ରତିବାଦ: ବିଜୁ ଯୁବ ଓ ଛାତ୍ର ଜନତା ଦଳର ସାଇକେଲ୍ ରାଲି

ଭୁବନେଶ୍ୱର: ରାଜରାସ୍ତାରେ ଦରଦାମ ବୃଦ୍ଧିର ପ୍ରତିବାଦ । ଭୁବନେଶ୍ୱରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ୍ ରାଲି କରାଯାଇଛି । କେଶରୀ ହଲ୍ ପାଖର ଏହି ରାଲି ବାହାରି ରାଜଭବନ ଅଭିମୁଖେ ଯାଇଛି । ସେଠାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶ କରାଯାଉଛି ।

ବିଜେଡି ଅଭିଯୋଗ କରିଛି, କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦର ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ହୋଇଛି । ଯାହାକି ଖାଉଟିଙ୍କ ବୋଝ ଉପରେ ନଳିତା ବିଡ଼ା । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ଆନ୍ଦୋଳନ କରିଛି ବିଜେଡି ।

ଏହି ସାଇକେଲ ରାଲିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବହୁ ଛାମୁଆ ନେତା ସାମିଲ ହୋଇଛନ୍ତି । ସାଇକେଲ୍ ରାଲି ସହ ପଦଯାତ୍ରା କରିଛନ୍ତି ବିଜେଡି ନେତା ଓ କର୍ମୀ । ଦଳ ଅଭିଯୋଗ କରିଛି, ଗତ ୨ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦରରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର ଦର ୪୦ ପ୍ରତିଶତରୁ ୧୦୦ ପ୍ରତିଶତ ମହଙ୍ଗା ହୋଇଛି ।

ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ପ୍ରତିବାଦ କରିବ ବିଜେଡି ମହିଳା ମୋର୍ଚ୍ଚା । ୫ରୁ ୭ ତାରିଖ ଯାଏଁ ସମସ୍ତ ନିର୍ବାଚନ ମଣ୍ଡଳୀରେ ଥିବା ପେଟ୍ରୋଲ ପମ୍ପରେ ପ୍ରତିବାଦ ଆନ୍ଦୋଳନ କରିବ ବିଜେଡି ଯୁବ ଓ ଛାତ୍ର ସଂଗଠନ ।

Comments are closed.