Latest Odisha News

BREAKING NEWS

ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ

ପୁରୀ: ପୁରୀରେ ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ଉଚ୍ଛେଦ। ମରଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୋଲିସ ଛାଉଣୀ ସହ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯାଇଛି। ସକାଳ ୭ଟାରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ପୁରୁଣା କୋଠାର ଉଚ୍ଛେଦ ପାଇଁ ଜେସିବି କମ୍ ବ୍ରେକର ମେସିନ ନିୟୋଜିତ କରାଯାଇଛି। ଦୁଇ ପ୍ଲାଟୁନ ଫୋର୍ସ, ଦୁଇଜଣ ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି। ଉପଜିଲ୍ଲାପାଳ ଉଚ୍ଛେଦ କାର୍ଯ୍ୟର ତଦାରଖ କରୁଛନ୍ତି।

BjdElectrycity

ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ କରିବା ପାଇଁ ଟେଣ୍ଡର ନେଇଥିବା ଟାଟା ପ୍ରୋଜେକ୍ଟ ଲିମିଟେଡ଼ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ କରାଯାଉଛି। ଶହ ଶହ ବର୍ଷ ପୂର୍ବରୁ ଏହି କୋଠାରେ ଗଜପତି ମହାରାଜାଙ୍କ ଅଫିସ ଚାଲୁଥିଲା। ପରବର୍ତ୍ତୀ ସମୟରେ ଆଇନ ବିଭାଗ ଅଧିନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଚାଲୁଥିଲା। ଏହି କୋଠାରେ ୧୫ଟି ଦୋକାନ ରହିଥିଲା। ଦୋକାନଗୁଡ଼ିକୁ ଖାଲି କରି ଦିଆଯାଇଛି। ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିବାରୁ ଉଚ୍ଛେଦ କରାଯାଉଛି।

ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ବଳୟକୁ ନେଇ ୭୫ମିଟର ପରିଧିରୁ ଉଚ୍ଛେଦ ଜାରି ରହିଥିବାବେଳେ ୧୦୦ମିଟର ଭିତରେ ଥିବା ପୁରାତନ ଅଫିସ କୋଠାକୁ ଭାଙ୍ଗିବା ପାଇଁ ନିଷ୍ପତି ନିଆଯାଇଥିଲା। ତେବେ ଏହି ପୁରାତନ କୋଠା ଭଙ୍ଗାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂତନ କୋଠାରେ ଆରମ୍ଭ ହୋଇଛି କାର୍ଯ୍ୟାଳୟ।

Leave A Reply

Your email address will not be published.