Latest Odisha News

BREAKING NEWS

ଅପେକ୍ଷାର ଘଟିବ ଅନ୍ତ: ଖୁବଶୀଘ୍ର ହେବ SI ପଦବୀ ଲାଗି ସାନି ପରୀକ୍ଷା

ଭୁବନେଶ୍ୱର: ପୋଲିସ SI ପଦବୀରେ ନିଯୁକ୍ତି ଲାଗି ଅପେକ୍ଷାରେ ଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ଚାକିରି ପାଇଁ ଦୀର୍ଘ ୪ ବର୍ଷ ବଡ଼ ଅପେକ୍ଷାର ଘଟିବ ଅନ୍ତ। ଆସନ୍ତା ନଭେମ୍ବରରେ ହେବ SI ପଦବୀ ଲାଗି ସାନି ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି OUSSSC ଅଧ୍ୟକ୍ଷ ରଶ୍ମି ରଂଜନ ସ୍ବାଇଁ।

ଆଶାୟୀଙ୍କ ଆବେଦନପତ୍ରର ପୂନଃ ଯାଞ୍ଚ କରିବା ପାଇଁ ଖୋଲିବ ୱେବ ସାଇଟ। ଆଶାୟୀ ନିଜର ଆବେଦନ ପତ୍ରର ଯାଞ୍ଚ କରି ସାରିବା ପରେ ଖୁବଶୀଘ୍ର ପରୀକ୍ଷାର ଆଡମିଟ କାର୍ଡ ପଠାଯିବ। ନଭେମ୍ବର ମାସରେ ପରୀକ୍ଷା ହୋଇ ଡିସେମ୍ବର ମାସ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସରିବ। ନଭେମ୍ବର ଦ୍ବିତୀୟ ସପ୍ତାହରୁ ଲିଖିତ, ପରେ ଶାରୀରିକ ପରୀକ୍ଷା ସହ ପ୍ରକାଶ ପାଇବ ସର୍ଟଲିଷ୍ଟ ତାଲିକା ।

ପୂର୍ବରୁ ପ୍ରକାଶ ପାଇଥିବା ନୋଟିଫିକେସନ ଅନୁସାରେ ହିଁ ପରୀକ୍ଷା କରାଯିବ। OUSSSC ପକ୍ଷରୁ ଏହି ପରୀକ୍ଷୀକୁ ଅନଲାଇନ ନୁହେଁ ବଂର OMR ସିଟ ଜରିଆରେ କରାଯିବ। ଏଥର ଆଉ ଥାର୍ଡ ପାର୍ଟି ନୁହେଁ ସିଧାସଳଖ କମିଶନ ପରୀକ୍ଷା କରାଇବେ ଏବଂ ଏହା ଅବାଧ ଓ ସ୍ବଚ୍ଛତା ଭିତିରେ ହେବ ବୋଲି କମିଶନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.