Latest Odisha News

BREAKING NEWS

ଏପ୍ରିଲ୍ ୧୬ରେ ଭୁବନେଶ୍ୱରରେ ମୋଦୀ କରିବେ ରୋଡ଼ ଶୋ’

ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନକୁ ନଜରରରେ ରଖି ରାଜନୈତିକ ଦଳମାନେ ବାରମ୍ବାର ଓଡିଶା ଗସ୍ତରେ ଆସୁଥିବା ବେଳେ ଏପ୍ରିଲ୍ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି ।

ଏନେଇ ଓଡିଶା ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ରବିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ସେଠାରୁ ଗଙ୍ଗନଗର ଓ ଓୟୁଏଟି ପରିସର ଦେଇ ବରମୁଣ୍ଡା ପଡିଆରେ ପହଞ୍ଚିବେ । ପରବର୍ତ୍ତୀ ସମୟରେ ମୋଦୀ ସେଠାରେ ଏକ ରୋଡ ଶୋ’ କରିବେ ।

ସେହିପରି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କହିଛନ୍ତି ଯେ ସେହି ଦିନ ସେ ସମ୍ବଲପୁର ଗସ୍ତ କରିବା ସହ ସେଠାରେ ଆୟୋଜିତ ଏକ ର‌୍ୟାଲିରେ ସମ୍ବୋଦ୍ଧିତ କରିବେ ।

ସୂଚନାଯୋଗ୍ୟ ଭୁବନେଶ୍ୱର ଓ ସମ୍ବଲପୁରରେ ଏପ୍ରିଲ୍ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

Leave A Reply

Your email address will not be published.