Latest Odisha News

ଗାଈକୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରାଯାଉ : ଯୋଗଗୁରୁ ରାମଦେବ

ଓଡ଼ିଶା ସମ୍ବାଦ ବ୍ୟୁରୋ : ଗୋମାତା’ଙ୍କୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରାଯାଉ ବୋଲି ଯୋଗଗୁରୁ ବାବା ରାମଦେବ କହିଛନ୍ତି । ରବିବାର ଦିନ ବାବା ରାମଦେବ ଏପରି ଦାବି କରିଛନ୍ତି । ଆନ୍ଧ୍ର ପ୍ରଦେଶର ତିରୁପତିସ୍ଥିତ ମହତି ଅଡିଟରିୟମ୍‌ ରେ ଆୟୋଜିତ ଦୁଇଦିନିଆ ଗୋ ମହାସମ୍ମଳନୀର ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ବାବା ରାମଦେବ କହିଛନ୍ତି ଯେ ଟିଟିଡି ଟ୍ରଷ୍ଟ ବୋର୍ଡର ପରାମର୍ଶ ଅନୁଯାୟୀ ଗାଇକୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତାବନା ଆଗତ କରିବା ଉଚିତ। ଅନ୍ୟପଟେ ସେ କହିଛନ୍ତି ଗୋ ସଂରକ୍ଷଣ ଅଭିଯାନରେ ପତଞ୍ଜଳି ପୀଠ ସବୁଠାରୁ ଆଗରେ ରହିଛି।ଗୋ ମହା ସମ୍ମିଳନୀରେ ଏହି ପ୍ରସ୍ତାବନା ସମସ୍ତ ଗୋ ପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିବ ବୋଲି ରାମଦେବ କହିଛନ୍ତି।

Comments are closed.