Latest Odisha News

BREAKING NEWS

ଆସିଲା ପୂର୍ବତନ କନେଷ୍ଟବଳଙ୍କ ସମ୍ପତ୍ତି ତାଲିକା: ୬କୋଟି,୯୭ଲକ୍ଷ ୧୫ହଜାର ଟଙ୍କା ସମ୍ପତ୍ତି ଜବତ

ଭୁବନେଶ୍ୱର: ଆସିଲା ପୂର୍ବତନ କନେଷ୍ଟବଳଙ୍କ ସମ୍ପତ୍ତି ତାଲିକା। ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରିଥିବାବେଳେ ପ୍ରସନ୍ନ ବେହେରାଙ୍କ ୬,୯୭,୧୫,୦୫୭ହଜାର ଟଙ୍କା ସମ୍ପତ୍ତି ଜବତ କରାଯାଇଛି। ଯାହାକି ତାଙ୍କ ଆୟଠାରୁ ୨୨୧ ପ୍ରତିଶତ ଅଧିକ ସମ୍ପତ୍ତି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ଭୁବନେଶ୍ୱର କଳ୍ପନା ସ୍କୋୟାରରେ ସରକାରୀ ବାସଭବନ, ଡ଼ୁମଡ଼ୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର ଦୋକାନ, ଭୁବନେଶ୍ୱର ଲିଙ୍ଗପୁର ସନ୍ଥବିହାର ଫର୍ଣ୍ଣିଚର କାର୍ଯ୍ୟ ଦୋକାନ, ପାତ୍ରପଡ଼ାର ସାଉଥସିଟି ବାର ଓ ଖୋର୍ଦ୍ଧାରେ ଥିବା ତାଙ୍କ ଜନ୍ମଗ୍ରାମ ଦୁଇ ମହଲା କୋଠା ଉପରେ ଚଢ଼ାଉ କରାଯାଇଥିଲା। ୨୮ତାରିଖରେ ଓଡ଼ିଶା ଭିଜିଲାନ୍ସର ୫ଟି ଟିମ୍ ସମେତ ଦୁଇଜଣ ଡ଼ିଏସପି, ୬ଜଣ ଇନସ୍ପେକ୍ଟର ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଏହି ସମ୍ପତ୍ତି ଠାବ ହୋଇଥିଲା। ପ୍ରସନ୍ନ ବେହେରା, ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ଦେଖିବାକୁ ମିଳିଥିଲା ଅନୁପଯୁକ୍ତ ସମ୍ପତ୍ତି।

ଭୁବନେଶ୍ୱର ଭିଜିଲାନ୍ସ ପ୍ରସନ୍ନ କୁମାର ବେହେରା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଧାରା ୧୩(୨)ଆର ଡ଼ବ୍ଲ, ୧୩(୧)(ବି) ୧୨ ପିସି ଆକ୍ଟ ୧୯୮୮ ଅନୁଯାୟୀ ପ୍ରସନ୍ନ ବେହେରା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛିି। ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ,୨୦୧୮ରିଲିଜ ଯୋଡ଼ା ଯାଇଛି। ପ୍ରସନ୍ନ କୁମାର ବେହେରା ପୋଲିସ ହେପାଜତରେ ଅଛନ୍ତି।

Leave A Reply

Your email address will not be published.