ମୟୁରଭଞ୍ଜ: ଅହେତୁକ ଦରବୃଦ୍ଧି ପ୍ରତିବାଦରେ ମୟୁରଭଞ୍ଜ ବିଜୁ ମହିଳା ଜନତା ଦଳର ବିକ୍ଷୋଭ। ରନ୍ଧନ ଗ୍ୟାସ, ଖାଇବା ତେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ସାରା ରାଜ୍ୟରେ ପ୍ରତିବାଦ କରାଯାଉଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାଠ, ଚୁଲିରେ ଭାତ ରୋଷେଇ କରି ଅଭିନବ ପ୍ରତିବାଦ କରିଛନ୍ତି ବିଜୁ ମହିଳା ଜନତା ଦଳ।
ଦିନକୁ ଦିନ ତୈଳ ଦର ବୃଦ୍ଧି ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମଧ୍ୟ ଦର ବୃଦ୍ଧି ପାଉଛି। ଯାହାକୁ ନେଇ ତାତିଛନ୍ତି ମହିଳା। ସାରା ରାଜ୍ୟରେ ଏହାକୁ ନେଇ ପ୍ରତିବାଦ ଚାଲିଥିବାବେଳେ ମୟୁରଭଞ୍ଜ ଜିଲ୍ଲାରେ ବିଜୁ ମହିଳା ଜନତା ଦଳ ମଧ୍ୟ ସାମିଲ ହୋଇଛି। ଜିଲ୍ଲା ବିଜୁ ମହିଳା ଦଳ ସଭାନେତ୍ରୀ ଦୀପ୍ତିଲତା ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ମହିଳା କର୍ମୀ ବିକ୍ଷୋଭରେ ସାମିଲ ହୋଇଛନ୍ତି।
Comments are closed.