Latest Odisha News

BREAKING NEWS

ଖୋର୍ଦ୍ଧା ବିଜେପି ନେତା ହତ୍ୟା ଘଟଣା ତଦନ୍ତର ତଦାରଖ କରିବେ କେନ୍ଦ୍ରାଞ୍ଚଳ ଆଇଜି

କଟକ/ଭୁବନେଶ୍ୱର: କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣା ତଦନ୍ତର ତଦାରଖ କରିବେ ବୋଲି ସୋମବାର ଦିନ ଡ଼ିଜିପି ବିଜୟ କୁମାର ଶର୍ମା କହିଛନ୍ତି ।

ଆଜି ଗଣମାଧ୍ୟମକୁ ସୂଚନାଦେଇ ଡ଼ିଜିପି ଶ୍ରୀ ଶର୍ମା କହିଛନ୍ତି, ଜଣେ ଇନିସପେକ୍ଟରଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଖୋର୍ଦ୍ଧାରେ ଘଟିଥିବା ଏହି ହତ୍ୟାକାଣ୍ଡର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । “ଅଭିଯୁକ୍ତଙ୍କୁ ଧରିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି,” ବୋଲି କହିଛନ୍ତି ଡ଼ିଜିପି ଶ୍ରୀ ଶର୍ମା ।

Leave A Reply

Your email address will not be published.