Latest Odisha News

BREAKING NEWS

କେପି ସିଂହଦେଓ ଅସୁସ୍ଥ, ଟ୍ୱିଟ୍ କରି ଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ୱର : କଂଗ୍ରେସ ବରିଷ୍ଠ ନେତା ତଥା ଢେଙ୍କାନାଳର ଲୋକସାଭ ପ୍ରାର୍ଥୀ କେପି ସିଂହଦେଓ ନିର୍ବାଚନୀ ପ୍ରଚାର ସମୟରେ ଅସୁସ୍ଥ ହେବା ଫଳରେ ତାଙ୍କୁ ଚିକିତ୍ସା ନିମନ୍ତେ ରବିବାର ଦିନ ଭୁବନେଶ୍ୱରସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଢେଙ୍କାନାଳ ରାଜପରିବାରର ୭୮ ବର୍ଷୀୟ ଏହି ଦାୟାଦଙ୍କ ସ୍ୱାସ୍ଥ୍ୟବସ୍ଥା ସୁସ୍ଥ ରହିଛି ଏବଂ ସେ ଖୁବଶୀଘ୍ର ମେଡିକାଲରୁ ହେବେ ବୋଲି ତାଙ୍କ ପୁଅ ଅମରଜ୍ୟୋତି ସୂଚନା ପ୍ରଦାନ କରିଛନ୍ତି ।

ଏନେଇ ସୋମବାର ଦିନ ନବୀନ ଟ୍ୱିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.