Latest Odisha News

BREAKING NEWS

ଅଯୋଧ୍ୟାରେ ଦୀପତ୍ସୋବ, ସନ୍ଧ୍ୟାରେ ଜଳିବ ୧୨ଲକ୍ଷ ଦୀପ

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ଦୀପତ୍ସୋବ ଭାବେ ପରିଚିତ ଦୀପାବଳୀ ଉତ୍ସବର ଉଦଘାଟନ କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଭଗବାନ ରାମଙ୍କ ନଗରୀ ଅଯୋଧ୍ୟା ପୁଣି ଭକ୍ତିର ଶକ୍ତିରେ ଚମକି ଉଠୁଛି। କିଛି ବର୍ଷ ହେଲା ଦୀପାବଳି ଆସିଲେ ଏହି ଆଭା ଦେଖିବା ପାଇଁ ମିଳିଥାଏ। ଚଳିତବର୍ଷ ଦୀପାବଳିରେ ଦୀପତ୍ସୋବର କିରଣ ସାରା ଦୁନିଆର କୋଣ କୋଣରେ ପହଞ୍ଚିବ। ୨୦୧୭ରେ ଯୋଗୀ ଆଦିତ୍ୟନାଥ ସିଏମ୍ ହେବା ପରଠାରୁ ଦୀପାବଳିରେ ଅଯୋଧ୍ୟାରେ ଦୀପତ୍ସୋବର କାର୍ଯ୍ୟକ୍ରମ ହେଉଛି। ମାତ୍ର ଏଥର ଅଯୋଧ୍ୟାରେ ଦୀପାବଳି ପ୍ରକାଶ ଏକ ଅଲଗା ରେକର୍ଡ଼ ସୃଷ୍ଟି କରିବାକୁ ଯାଉଛି।

ରାମ କୀ ପୈଦୀ ଘାଟରେ ୯ଲକ୍ଷ ଦୀପ ଜଳାହେବ। ପୁଣି ୩ଲକ୍ଷରୁ ଅଧିକ ଦୀପ ପ୍ରାଚୀନ ମଠ ମନ୍ଦିର ଓ କୁଣ୍ଡରେ ଜଳାଯିବ। ଏହିପରି ୧୨ଲକ୍ଷ ଦୀପ ଜଳାଯିବ। ଯାହା ଗିନିଜ ବୁକ୍ ଅଫ୍ ରେକର୍ଡ଼ ସୃଷ୍ଟି କରିବ। ଅଯୋଧ୍ୟା ଜିଲ୍ଲା ପ୍ରଶାସନ ଓ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୨ହଜାର ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ପୂର୍ବରୁ ୨୦୧୭ରେ ୨ଲକ୍ଷ ଦୀପ, ୨୦୧୮ ୩ଲକ୍ଷ, ୨୦୧୯ରେ ୪.୫ଲକ୍ଷ,୨୦୨୦ରେ ୬ଲକ୍ଷ ମାଟି ଦୀପ ଜଳାଯାଇଥିଲା।

ଏହି ପାଞ୍ଚ ଦିନିଆ ଉତ୍ସବରେ ରାମଲିଲା, ୩ଡ଼ି ହୋଲୋଗ୍ରାଫିକ୍ ପ୍ରଦର୍ଶନ, ଲେଜର ସୋ ଏବଂ ଆତସବାଜି ମଧ୍ୟ ମଞ୍ଚସ୍ଥ ହେବ। ରାମକଥା ଉଦ୍ୟାନରେ ଶିଳ୍ପ ବଜାର ଉଦଘାଟନ ସହ ଏହି ଉତ୍ସବ ପାଳନ ଆରମ୍ଭ ହେବ। ଉଦଘାଟନୀ ଉତ୍ସବରେ ନାଗପୁରର ପ୍ରସିଦ୍ଧ ୱାତକର ଭଗ୍ନୀ ଭାଗ୍ୟଶ୍ରୀ ଏବଂ ଧନଶ୍ରୀ ରାମାୟଣର କେତେକ ଅଂଶ ଗୀତ ଆକାରରେ ପରିବେଷଣ କରିବେ। ଲକ୍ଷ୍ନୌରର ଈଶା ରତନ ଓ ମିଶା ରତନ କଥକ ନୃତ୍ୟ ପରିବେଷଣ କରିବାବେଳେ ପ୍ରଖ୍ୟାତ ଭଜନ ଗାୟକ ଅନୂପ ଜଲୋଟା ଭକ୍ତିସଙ୍ଗୀତ ଗାୟନ କରିବେ। ନେପାଳର ଜନକପୁରରୁ ଆସିଥିବା ନାଟ୍ୟଦଳ ରାମାୟଣ ଆଧାରିତ ନାଟ୍ୟ ପରିବେଷଣ କରିବେ।

Leave A Reply

Your email address will not be published.