Latest Odisha News

BREAKING NEWS

ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର, ଯୁବକ ନିଖୋଜ

ଯାଜପୁର : ମାଛ ଧରିବା ବେଳେ ଅଘଟଣ । ଯୁବକଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର। ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବରୀ ବ୍ଲକ ଉଦୟନାଥପୁର ପଞ୍ଚାୟତରେ ଘଟିଛି। ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳ ରେ ପହଁଚି ଖୋଜାଖୋଜି ଜାରି ରଖିଛନ୍ତି। ନିଖୋଜ ଯୁବକ ହେଉଛନ୍ତି କହରାଗଣ୍ଡ ଗାଁ ର ମୁରଲୀଧର ମଲ୍ଲୀକଙ୍କ ପୁଅ ସୌମ୍ୟରଞ୍ଜନ। ଆଜି ଖରସ୍ରୋତା ନଦୀର ଶାଖା ଚିଙ୍ଗୁଡିଆନାଳରେ ଦୁଇ ଭାଇ ମାଛ ଧରିବାକୁ ଯାଇଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଥିଲା।

ପ୍ରଥମେ ବଡ଼ ଭାଇକୁ କୁମ୍ଭୀର ଟାଣି ନେଇଥିବା ବେଳେ ନଦୀ ଆରପଟେ ଥିବା ସାନ ଭାଇ ସୌଭାଗ୍ୟକୁ ଡାକ ପକାଇଲା । ସୌଭାଗ୍ୟ ଯିବା ସମୟରେ କୁମ୍ଭୀରଟି ବଡ଼ଭାଇକୁ ନଦୀ ଭିତରକୁ ଟାଣି ନେଇଯାଇଥିଲା । ସ୍ଥାନୀୟ ଲୋକେ ବହୁ ସମୟ ଧରି ଖୋଜାଖୋଜି କରି ବିଫଳ ହୋଇଥିଲେ । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳଯାଇଛି । ଅନ୍ୟପଟେ ବରି ବିଧାୟିକା ସୁନନ୍ଦା ଦାସ ସ୍ଥାନୀୟ ଅଞ୍ଚଳରେ ପହଂଚି ନିଖୋଜ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।

 

 

Leave A Reply

Your email address will not be published.