ମୁମ୍ବାଇ: ମୁମ୍ବାଇ ବିମାନବନ୍ଦର ନିକଟରେ ଥିବା କାର୍ଗୋ କମ୍ପ୍ଲେକ୍ସରୁ ୭୦୦ଗ୍ରାମ ହେରୋଇନ ବା ଧଳ ଜହର ଜବତ ହୋଇଛି। ଏହି ଘଟଣାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗୁଜୁରାଟର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ୭୦୦ଗ୍ରାମ ଧଳା ଜହରର ବଜାର ମୂଲ୍ୟ ୪କୋଟି ଟଙ୍କା ହେବ।
ଏନସିବିର ଜୋନାଲ ୟୁନିଟ ମୁମ୍ବାଇର ଆନ୍ତର୍ଜାତୀୟ କ୍ୟୁରି ଟର୍ମିନାଲରେ ପାର୍ସଲରେ ଡ୍ରଗ୍ସ ଚୋରା ଚାଲାଣ ସମ୍ପର୍କରେ ଏକ ନିର୍ଦ୍ଧିଷ୍ଟ ସୂଚନା ପାଇଥିବା ସେ କହିଛନ୍ତି। ସୂଚନା ପାଇବା ପରେ କମ୍ପ୍ଲେକ୍ସର ଏକ ସମ୍ମିଳନୀ ହଲରେ ସର୍ଚ୍ଚ କରାଯାଇଥିଲା। ଯେଉଁଠାରେ ଅଧିକାରୀମାନେ ଏକ ପ୍ୟାକେଟରେ ୭୦୦ଗ୍ରାମ ଧଳା ପାଉଡ଼ର ପାଇଥିଲେ।
ଘଟଣାରେ ଏନସିବି ଏକ ମାମଲା ରୁଜୁ କରିବା ସହ ବ୍ୟୁରୋ କାର୍ଯ୍ୟାଳୟରେ ବିବୃତ୍ତି ରେକର୍ଡ଼ କରିବାକୁ ପାର୍ସଲରେ ନାଁ ରହିଥିବା ଗୁଜୁରାଟର ବଦୋଦରା ନିବାସୀ କୃଷ୍ଣ ମୁରାରୀ ପ୍ରସାଦଙ୍କୁ ସମନ କରିଥିଲା। ତାଙ୍କୁ ପଚରାଉଚୁରା ପରେ ଏନସିବି ଶେଷରେ ତାଙ୍କୁ ଗିରଫ କରିଛି। ତେବେ ଘଟଣାର ଅଧିକ ଅନୁସନ୍ଧାନ ଚାଲିଥିବା ସୂଚନା ଦିଆଯାଇଛି।
Comments are closed.