Latest Odisha News

BREAKING NEWS

ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ!

ମୁମ୍ବାଇ: ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ। ହଲିଉଡ୍‌ରେ କ୍ୟାରିୟର କରିବା ପାଇଁ ଆଲିଆ ଭଟ୍ଟ ଆମେରିକାର ଟାଲେଣ୍ଟ ଏଜେନ୍ସି ୱିଲିୟମ୍ ମୋରିସ୍ ଏଣ୍ଡେଭେଭର୍ (ଡବ୍ଲୁଏମ୍ଇ) ସହିତ ଚୁକ୍ତି କରିଛନ୍ତି।

BjdElectrycity

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଆଲିଆ ୨୦୨୨ ଆରମ୍ଭରେ ଏକ ହଲିଉଡ୍ ଷ୍ଟୁଡିଓ ସହିତ ତାଙ୍କର ସହଯୋଗ ଘୋଷଣା କରିବାକୁ ଯୋଜନା କରିଛନ୍ତି। ସେ ବର୍ତ୍ତମାନ ଚୁକ୍ତି ଶେଷ କରିବାକୁ ଆଲୋଚନା କରୁଛନ୍ତି। ପ୍ରକଳ୍ପର ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ଜଣା ପଡି ନ ଥିବାବେଳେ ଗୁଜବ ହେଉଛି ଯେ ଆଲିଆ ଦୁଇଟି ସ୍କ୍ରିପ୍ଟକୁ ନେଇ ଉତ୍ସାହିତ ଅଛନ୍ତି, ଯାହା ମଧ୍ୟରୁ ଗୋଟିଏ ବିଶେଷ ଭାବରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଜାନୁଆରୀ ୬, ୨୦୨୨ ରେ ଆଲିଆ ଭଟ୍ଟଙ୍କ ଗାଙ୍ଗୁବାଇ କାଠିଆୱାଡି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ୨୦୨୨ରେ ହଲିଉଡ୍‌ରେ ପ୍ରବେଶ କରିପାରନ୍ତି ଆଲିଆ।

Leave A Reply

Your email address will not be published.