କେନ୍ଦୁଝର : ରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା । ଏନେଇ ବିରୋଧୀ ଅଭିଯୋଗ ଆଣିବା ସହ ମମିତା ମେହେର ହତ୍ୟାକାଣ୍ଡ ନେଇ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି । ମନ୍ତ୍ରୀ ଯେପର୍ଯ୍ୟନ୍ତ ଇସ୍ତଫା ନଦେଇଛନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛି ବିଜେପି । ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ଥିା ବେଳେ, ଜିଲ୍ଲାରେ ଏସପି ମଧ୍ୟ ସରକାରଙ୍କ ଏଜେଣ୍ଟ ଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛି କେନ୍ଦୁଝର ଜିଲ୍ଲା ବିଜେପି । ଏହାର ପ୍ରତିବାଦରେ ଆସନ୍ତାକାଲିଠୁ ଜିଲ୍ଲାର ସମସ୍ତ ଥାନା ଘେରାଉ କରାଯିବ । ଏହାସହ କୋକେଇ ଶୋଭାଯାତ୍ରା କରିବ ବିଜେପି ।
କେନ୍ଦୁଝର ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁ ଥିବା ବେଳେ, ସଦର ବିଧାୟକଙ୍କୁ ବୋମାମାଡ଼, ଆଦିବାସୀ ନେତାଙ୍କୁ ଗିରଫଦାରିକୁ ବିରୋଧ କରିଛି ବିଜେପି । ଏହାର ପ୍ରତିବାଦରେ ଆଗାମୀ ଦିନରେ ପ୍ରତି ଥାନା ଘେରାଉ କରିବାକୁ ଯୋଜନା ରଖିଛି ବିଜେପି । ଥାନା ଘେରାଉ ସହ ମମିତା ମେହେର ହତା ଘଟଣାରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଏତଲା ଦିଆଯିବ । ଦାବି ପୂରଣ ନହେଲେ ଜିଲ୍ଲାକୁ ବନ୍ଦ ପାଳନ କରାଯିବ ବୋଲି କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ସୂଚନା ଦେଇଛନ୍ତି ।
Comments are closed.