Latest Odisha News

BREAKING NEWS

ଅଜୟଙ୍କୁ ନେଇ ଖୁବ ଶୀଘ୍ର ରୋହିତ ଆରମ୍ଭ କରିବେ ସିଂଘମ ୩

ମୁମ୍ବାଇ: ବଲିଉଡର ହିଟ ମେଶିନ ଭାବେ ପରିଗଣିତ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସୂର୍ଯ୍ୟବଂଶର ଫିଲ୍ମ ହଲରେ ଧମାଲ ମଚାଇବା ଆରମ୍ଭ କରିଛି । ସିଂଘମ ଓ ସିମ୍ବା ପରି ଅକ୍ଷୟ କୁମାରଙ୍କ ଏହି ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି । ରୋହିତ ଇତି ମଧ୍ୟରେ ଅଜୟ ଦେବଗାନଙ୍କୁ ନେଇ ତାଙ୍କର ଆଗାମୀ ଫିଲ୍ମ ସିଂଘମ ୩ର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ଯଦି ସବୁ କିଛି ଠିକ ଠାକ ରୁହେ ତାହାହେଲେ ୨୦୨୩ରେ ଏହି ଫିଲ୍ମ ରିଲିଜ ହେବ । ସିଂଘମ ଏଥର ପାକିସ୍ତାନ ଆତଙ୍କବାଦୀଙ୍କୁ ଚ୍ୟାଲେଂଜ କରିବ । ସେପ୍ଟେମ୍ବର କିମ୍ବା ଅକ୍ଟୋବରରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ । ସିଂଘମ ୩ର ଅଫିସିଆଲ ଷ୍ଟାରକାଷ୍ଟ ରୋହିତ ଖୁବ ଶୀଘ୍ର ଘୋଷଣା କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.