Latest Odisha News

BREAKING NEWS

ରାଜ୍ୟରେ ୨୭୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଗତ କାଲିଠାରୁ ଆଜି ରାଜ୍ୟରେ ସାମାନ୍ୟ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୨୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୫୫ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୫୯ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୧୭ଟି ଲୋକାଲ୍‌ କେସ୍‌ ରହିଛି।

ସେହିପରି ବାଲେଶ୍ବରରୁ ୧୫, ଭଦ୍ରକରୁ ୩, ବଲାଙ୍ଗୀରରୁ ୪, କଟକରୁ ୧୭, ଢେଙ୍କାନାଳରୁ ୧୦, ଗଜପତିରୁ ୮, ଜଗତସିଂହପୁରରୁ ୫, ଯାଜପୁରରୁ ୧୦,  କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୬, ଖୋର୍ଦ୍ଧାରୁ ୧୩୮, ମୟୁରଭଞ୍ଜରୁ ୨, ନୟାଗଡରୁ ୨, ନୂଆପଡ଼ାରୁ ୪, ପୁରୀରୁ ୬, ସମ୍ବଲପୁରରୁ ୭, ସୋନପୁରରୁ ୧, ସୁନ୍ଦରଗଡରୁ ୫ ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Comments are closed.