Latest Odisha News

ଚିତ୍ରକଳା ଜରିଆରେ ଶିଳ୍ପୀଙ୍କ ସଚେତନତା

ଭୁବନେଶ୍ୱର : ଆଜିର ଶିଶୁ ହେଉଛନ୍ତି କାଲିର ଭବିଷ୍ୟତ। ଆଉ ଭବିଷ୍ୟତ ଗଢିବା ପାଇଁ ଦରକାର ଶିକ୍ଷା। ତେବେ ଯୁଗ ଆଗକୁ ବଢିବା ସହିତ ଶିକ୍ଷାର ପ୍ରସାର ପ୍ରଚାର ବି ହେଉଛି। ହେଲେ ବହୁ ଶିଶୁଙ୍କ ଭବିଷ୍ୟତ କିନ୍ତୁ ରହିଯାଉଛି ଅନ୍ଧାରରେ । ଦିନକୁ ଦିନ ଶିଶୁ ଶ୍ରମିକ ପ୍ରଥା ବି ବଢି ଚାଲିଛି । ତେବେ ଏସବୁ ଉପରେ ଗୁରୁତ୍ୱ ଦେଇ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଦେଇଛନ୍ତି ଶିଳ୍ପୀ ପ୍ରିୟଙ୍କା ।

ଜାତୀୟ ଶିକ୍ଷା ଦିବସରେ ଚିତ୍ରକଳା ଜରିଆରେ ଦେଇଛନ୍ତି ସଚେତନତା ବାର୍ତ୍ତା । ଶିକ୍ଷା ସମସ୍ତଙ୍କ ମୌଳିକ ଅଧିକାର । ଏପରି ଅଧିକାରରୁ ଯେମିତି କେହି ବଞ୍ଚିତ ନ ହୁଅନ୍ତି ସେମିତି ଏକ ସଚେତନତାର ପ୍ରୟାସ କରିଛନ୍ତି ଶିଳ୍ପୀ ପ୍ରିୟଙ୍କା ସାହାଣୀ ।

ସବୁଠୁ ବଡ଼ କଥା ହେଲା ଶିଶୁ ମାନଙ୍କୁ ଶିକ୍ଷା ଦେବା ସହିତ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ କରାଯିବା ଜରୁରୀ । ଆଜିକାଲି ଅନଲାଇନ୍ କ୍ଲାସ୍ ଚାଲୁଥିବା ବେଳେ ଏହା ଗରିବ ପିଲାମାନଙ୍କ ପାଇଁ ସମ୍ଭବ ହୋଇପାରୁନି।

ପେଟକୁ ମୁଠାଏ ଦାନା ମିଳୁନଥିବା ବେଳେ ଶ୍ରମିକ ଭାବେ କାମ କରୁଛନ୍ତି ନିରୀହ ପିଲାମାନେ। ଆଉ ଏ କ୍ଷେତ୍ରରେ କିଭଳି ସେମାନେ ଲାପଟପ୍ରୁ ନେଇ ସ୍ମାର୍ଟଫୋନ୍ କିଣି ପାରିବେ। ଏହି ସବୁ ସମସ୍ୟାର ସମାଧାନ ପାଇଁ କାର୍ଡବୋର୍ଡ ଜରିଆରେ ଏକ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ପ୍ରିୟଙ୍କା ।

Comments are closed.