Latest Odisha News

BREAKING NEWS

ଖୋଲିବ କେବିଏନ୍ ଗ୍ୟାଙ୍ଗର ଗୁମର, ରିମାଣ୍ଡରେ ଆସିବେ ୪ ଅଭିଯୁକ୍ତ

ଭୁବନେଶ୍ବର : ରାଜଧାନୀରେ ଖୋଲିବ କେବିଏନ ଗ୍ୟାଙ୍ଗର ଗୁମର । ଏହି ଗ୍ୟାଙ୍ଗର ଅସଲ ଚରିତ୍ରକୁ ସାମ୍ନାକୁ ଆଣିବ ପୋଲିସ । କେବିଏନ୍ ଗ୍ୟାଙ୍ଗର ଗିରଫ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ଏଥିପାଇଁ କୋର୍ଟରେ ୭ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । ୪ ଅଭିଯୁକ୍ତ ହେଉଛନ୍ତି ରାହୁଲ ଜେନା, ରାଜେଶ ବେହେରା, ଶୁଭମ ପରିଡା ଓ ସନାତନ ବେହେରା ।

୪ ଅଭିଯକ୍ତଙ୍କୁ ରିମାଣ୍ଡରେ ନେବାକୁ ଭୁବନେଶ୍ବର ଏସଡିଜେଏମ୍‌ କୋର୍ଟରେ ଆବେଦନ କରିଛି ପୋଲିସ । ମାରଣାସ୍ତ୍ର ଧରି ଭିଡିଓ କରିବା ଏବଂ ଏହାକୁ ଭାଇରାଲ କରି ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବା ପରେ କମିଶନରେଟ ପୋଲିସ୍ କେବିଏନ୍ ଗ୍ୟାଙ୍ଗ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । କେବିଏନ୍ ଗ୍ୟାଙ୍ଗର ଭିଡିଓ ଭାଇରାଲ ହେବା ପରେ ମୋଟ୍ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ୨୯ ଜଣକ ନାଁରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ୍ ।

Leave A Reply

Your email address will not be published.