Latest Odisha News

କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଓ ପତ୍ନୀ ଗିରଫ

ରାଞ୍ଚି : କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦାଙ୍କୁ ଗିରଫ କରିଛି ଝାଡଖଣ୍ଡ ପୋଲିସ । ପ୍ରଶାନ୍ତ ସହ ତାଙ୍କ ପତ୍ନୀ ଶିଲା ମାରାଣ୍ଡିଙ୍କୁ ମଧ୍ୟ ଗିରଫ କରାଯାଇଛି । ୭୫ ବର୍ଷୀୟ ମାଓନେତା ପ୍ରଶାନ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଦୀର୍ଘ ଦିନ ଧରି ସେ ଫେରାର ଥିବା ବେଳେ, ଶେଷରେ ତାଙ୍କୁ କାବୁ କରିବାରେ ସଫଳ ହୋଇଛି ଝାଡଖଣ୍ଡ ପୋଲିସ ।

ପ୍ରଶାନ୍ତ ବୋଷ ଓରଫ କିଶନ ଦା’ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟିର ସଦସ୍ୟ, ପଲିଟିବ୍ୟୁରୋ, ସେଣ୍ଟ୍ରାଲ ମିଲିଟାରୀ କମିଶନ ଓ ଇଷ୍ଟର୍ଣ୍ଣ ରିଜୋନାଲ ବ୍ୟୁରୋର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ସେ ଇଆରବିର ସମ୍ପାଦକ ହୋଇଥିବାରୁ ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ପରିଚାଳନା କରୁଥିଲେ । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ନଥିବା ଜଣାପଡିଛି । ସେହିପରି ତାଙ୍କ ପତ୍ନୀ ଶିଲା ମାରାଣ୍ଡି ମଧ୍ୟ ଜଣେ ଟପ୍ ମାଓବାଦୀ ନେତ୍ରୀ ଥିଲେ । ୨୦୦୬ରେ ଶିଲା ଗିରଫ ହୋଇ ରାଉରକେଲା ଜେଲରେ ଥିଲେ । ଆଉ ୨୦୧୬ରେ ଶିଲାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା ।

Comments are closed.