Latest Odisha News

ବାରବାଟୀରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୪ ବର୍ଷ କାରାଦଣ୍ଡ

କଟକ : ବାରବାଟୀରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ କାରାଦଣ୍ଡ । ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ସ୍ବତନ୍ତ୍ର ପକ୍ସୋ ଅଦାଲତ । ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅର୍ଥ ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେହିପରି ପୀଡ଼ିତା ନାବାଳିକାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ପକ୍ସୋ ଅଦାଲତ ।

ଗତ ୨୦୧୪ ମସିହାରେ ବାରବାଟୀ ଷ୍ଟାଡିୟମ ନିକଟରେ ଷ୍ଟେସନ ବଜାର ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଅପହରଣ କରିଥିଲା ଅଜୟ ସାମଲ । ପରେ ନାବାଳିକାକୁ ବାରବାଟୀ ଷ୍ଟାଡିୟମ ନିକଟରେ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ଅଜୟ ସାମଲ ଜଣେ ରିକ୍ସା ଚାଳକ । ଘଟଣା ଘଟିବାର ଦୁଇ ଦିନ ପରେ ଚାଇଲ୍ଡ ଲାଇନ ନାବାଳିକାକୁ ଉଦ୍ଧାର କରି ମହିଳା ଥାନାରେ ଏତଲା ଦେଇଥିଲା । ଘଟଣାକୁ ବିଚାରକରି ସ୍ବତନ୍ତ୍ର ପକ୍ସୋ ଅଦାଲତ ଅଭିଯୁକ୍ତ ଅଜୟ ସାମଲକୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

Comments are closed.