Latest Odisha News

BREAKING NEWS

‘ପାୱାର୍ ନାପ୍’ ଜ୍ଞାନଗତ କାର୍ଯ୍ୟଦକ୍ଷତାକୁ ବଢାଇଥାଏ

ନୂଆଦିଲ୍ଲୀ: ପାଟନା ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦିନରେ ଏକ ଛୋଟ ପାୱାର୍ ନାପ୍‌ ମଣିଷର ଜ୍ଞାନଗତ କାର୍ଯ୍ୟଦକ୍ଷତାକୁ ବଢାଇଥାଏ। ବିଶେଷକରି ଗଣନା କ୍ଷମତା କିମ୍ବା ଡ୍ରାଇଭିଂ ଭଳି କୁଶଳୀ କାର୍ଯ୍ୟଗୁଡ଼ିକର କାର୍ଯ୍ୟକାରିତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

୧୮ ରୁ ୨୪ ବର୍ଷ ବୟସର ୬୮ ଜଣ ସୁସ୍ଥ ପୁରୁଷ ଏବଂ ମହିଳା ସ୍ବେଚ୍ଛାସେବୀଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡିଛି। ଯେଉଁମାନେ ପାୱାର୍‌ ନାପ୍‌ ନେଇଥିଲେ ସେମାନେ ସମସ୍ୟାର ସମାଧାନ ତଥା କାର୍ଯ୍ୟ ସମାପ୍ତ କରିବାରେ ଯଥେଷ୍ଟ ଭଲ ପ୍ରଦର୍ଶନ କରିଥିଲେ।

ଶୋଇବା ଜ୍ଞାନ ବୃଦ୍ଧି ପାଇଁ ଏକ ଉପଯୋଗୀ ଆଚରଣ ବୋଲି ଏମ୍ସ ପାଟଣାର ଫିଜିଓଲୋଜି ବିଭାଗର ଅତିରିକ୍ତ ପ୍ରଫେସର ଡା. କମଲେଶ ଝା କହିଛନ୍ତି।

Comments are closed.