Latest Odisha News

ପଦୂଷଣ ମୁକାବିଲା; ଲକଡାଉନ୍‌ ହେବ ରାଜଧାନୀ!

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ଲୋକ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି। ଘରେ ମାସ୍କ ବିନ୍ଧି ରହିବାକୁ ବାଧ୍ୟ ହେଉଛନ୍ତି। ଅନେକ ଲୋକ ଆଖି ଜଳିବା, ଗଳା ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ ଅସୁବିଧା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏଭଳି ପରିସ୍ଥିତିରେ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ କେଜ୍ରିୱାଲ ସରକାର ମଧ୍ୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପକାଇ ପାରିବେ। ସୋମବାର ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ସମୟରେ ଦିଲ୍ଲୀ ସରକାର ଏହି ପ୍ରସ୍ତାବ ଦେଇଥିଲେ।କେଜ୍ରିୱାଲ ସରକାର କହିଛନ୍ତି ଯେ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆମେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ ପ୍ରସ୍ତୁତ।

କେବଳ ଏତିକି ନୁହେଁ, କେଜ୍ରିୱାଲ ସରକାର କହିଛନ୍ତି ଯେ ଯଦି ଦିଲ୍ଲୀ ବ୍ୟତୀତ ଅନ୍ୟ ରାଜ୍ୟ ଆଖପାଖ ସହରରେ ଏପରି ଲକ୍‌ଡାଉନ୍‌ ଲାଗୁ କରାଯାଏ, ତେବେ ପ୍ରଦୂଷଣର ମୁକାବିଲା କରାଯାଇପାରିବ।

Leave A Reply

Your email address will not be published.