Latest Odisha News

BREAKING NEWS

କୋଣାର୍କ ଚନ୍ଦ୍ରଭାଗାରେ ଦ୍ବିତୀୟ କୋଣାର୍କ ମନ୍ଦିର ନିର୍ମାଣ ପ୍ରସଙ୍ଗ, ଜମିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ପୁରୀ : ଚନ୍ଦ୍ରଭାଗାରେ ଦ୍ବିତୀୟ କୋଣାର୍କ ମନ୍ଦିର ନିର୍ମାଣକୁ ନେଇ ତେଜୁଛି ବିବାଦ । ଜମିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ମନ୍ଦିର ନିର୍ମାଣ ଜାଗା ସମ୍ପୂର୍ଣ୍ଣ ସରକାରୀ । ପୂର୍ବରୁ ରାଜସ୍ବ ନୀରିକ୍ଷକଙ୍କ ପକ୍ଷରୁ ଜାରି ହୋଇଥିଲା ନୋଟିସ । ଯହାର ତଦନ୍ତ କରୁଛନ୍ତି ଗୋପ ତହସିଲଦାର । ତଦନ୍ତ ରିପୋର୍ଟ ଆସିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ନୂଆଦିଲ୍ଲୀର ମୁକେଶ ଜୈନଙ୍କ ଦ୍ବାରା ବ୍ରିଟିଶ ଶାସନ ସମୟର ଅବିକଳ ଓ ଭବ୍ୟ ସୂର୍ଯ୍ୟ ମନ୍ଦିର ନିର୍ମାଣ କରାଯାଉଛି । ହୀନ ଚକ୍ରାନ୍ତ ଓ ମନ୍ଦ ଉଦେଶ୍ୟ ରଖି ସମ୍ପୃକ୍ତ ସ୍ଥାନରେ ତୁରନ୍ତ କାର୍ଯ୍ୟ ବନ୍ଦ ପାଇଁ କୁହାଯାଇଛି । ୧୯୨୩ ମସିହା ପ୍ଲଟ ନମ୍ବର ୧୬୫୫ ଅନୁଯାୟୀ ଏହି ମନ୍ଦିର ନିର୍ମାଣ ସ୍ଥଳୀ ସରକାରୀ ଜାଗାରେ ଅଛି । ଏହାକୁ ଇଡ଼କୋକୁ ପ୍ରଦାନ କରାଯିବ । ଜଗନ୍ନାଥଙ୍କ ପୁତ୍ର ଶାମ୍ବଙ୍କ ତପସ୍ୟା ସ୍ଥଳ ହେଉଛି କୋଣାର୍କ । ଏହା ସୂର୍ଯ୍ୟଙ୍କ ଉପାସନାର ସିଦ୍ଧି ସ୍ଥଳ । ୫୦୦୦ ବର୍ଷ ଧରି ସୂର୍ଯ୍ୟ ଉପାସନା ହେଉଥିଲେ ହେଁ ୧୧୯ ବର୍ଷ ଧରି ଆଉ ସୂର୍ଯ୍ୟ ଦେବତାଙ୍କ ପୂଜା ହେଉନାହିଁ ।

ନୂତନ ଭବ୍ୟ କୋଣାର୍କ ମନ୍ଦିର ପାଇଁ ବହୁ ସଂଖ୍ୟାରେ ପଥର, ରଥର ଚକ, ସ୍ତମ୍ଭ, ମୂର୍ତ୍ତି, ଘୋଡ଼ା ପହଞ୍ଚିସାରିଛି । ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳାର ଅଧ୍ୟକ୍ଷ ମୁକେଶ ଜୈନ ଜିଲ୍ଲାପାଳ, କୋଣାର୍କ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଉକ୍ତ ଜମି ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ସରକାରୀ ଜାଗାରେ ଦ୍ବିତୀୟ କୋଣାର୍କ ମନ୍ଦିର ନିର୍ମାଣ ନେଇ ତଦାରଖ କରାଯିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

Leave A Reply

Your email address will not be published.