Latest Odisha News

BREAKING NEWS

ଭାରତ-ଚୀନ୍ ମଧ୍ୟରେ ବୈଠକ ଶେଷ , ଦ୍ୱିପାକ୍ଷିକ ବୁଝାମଣାକୁ ଉଭୟ ପକ୍ଷର ସମ୍ମତି

ଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଦ୍ୱିପାକ୍ଷିକ ଆଲୋଚନା ଶେଷ ହୋଇଛି । ଦ୍ୱିପାକ୍ଷୀକ ରାଜିନାମାକୁ ସମ୍ମାନ ଜଣାଇବା ସହ ଆଗକୁ ସୀମାରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ଉଭୟ ପକ୍ଷ ରାଜି ହୋଇଛନ୍ତି ।ଅନ୍ୟପଟେ ଖୁବ୍ ଶିଘ୍ର ୧୪ ତମ କମାଣ୍ଡସ୍ତରୀୟ ଆଲୋଚନା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଭାୟତୀୟ ବୈଦେଶୀକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।ଏଲଓସି କୁ ନେଇ ଉଭୟ ପକ୍ଷ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଥିଲା ।

ଦେପସାଂଙ୍ଗ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ବାହର କରିବାକୁ ଭାରତ ଓ ଚୀନ ରାଜି ହୋଇଛନ୍ତି । ଅପରପଟେ ଗତ ମାସ ଅକ୍ଟୋବର ୧୦ ତାରିଖରେ ହୋଇଥିବା ବୈଠକରେ ୧୩ ତମ କମାଣ୍ଡରସ୍ତରୀୟ ଆଲୋଚନାରେ କୌଣସି ସମାଧାନ ବାହାରିନଥିଲା । ଭାରତ ଦେଇଥିବା ପ୍ରସ୍ତାବକୁ ଚୀନ୍ ଗ୍ରହଣ ନକରିବାରୁ ଏହି ଆଲୋଚନା ବିଫଳ ହୋଇଥିଲା ବୋଲି ଭାରତ ସରକାର କହିଥିଲେ ।

Leave A Reply

Your email address will not be published.