Latest Odisha News

ଆସନ୍ତୁ ଜାଣିବା ନ୍ୟୁଜିଲାଣ୍ଡର ଏହି ଅଲରାଉଣ୍ଡରଙ୍କ ନାମ କାହିଁକି ରହିଲା ରଚିନ

ମାଡ୍ରାସ:ଭାରତ ବିପକ୍ଷ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ହାରିଯାଇଛି । ତେବେ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଥିବା ରଚିନ ରବୀନ୍ଦ୍ର ଆଖି ଦୃଶିଆ ପ୍ରଦର୍ଶନ କରି ନ ଥିଲେ ତାଙ୍କ ନାମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୨୧ ବର୍ଷୀୟ ଏହି ଭାରତୀୟ ବଂଶୋଦ୍ଭବଙ୍କ ନାମ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ରାହୁଲ ଡ୍ରାଭିଡଙ୍କ ନାମକୁ ମିଶାଇ ରଖାଯାଇଛି । ତାଙ୍କ ପିତା ରବି କ୍ରିଷ୍ଣାମୂର୍ତି ଏବଂ ଜଭାଗଲ ଶ୍ରୀନାଥ ବାଙ୍ଗାଲୋରରେ ଏକତ୍ର କ୍ରିକେଟ ଖେଳିଛନ୍ତି । ରାହୁଲଙ୍କ ଆରଏ ଓ ସଚିନଙ୍କ ସିଏଚଆଇଏନଙ୍କୁ ମିଶାଇ ରବି ତାଙ୍କ ନାମ ରଚିନ ରଖିଥିଲେ ।

ନ୍ୟୁଜିଲାଣ୍ଡ ପକ୍ଷରୁ ଏହି ଯୁବ ଖେଳାଳିଜଣଙ୍କ ୧୯ ବର୍ଷରୁ କମ୍ ଏବଂ ୧୬ ବର୍ଷରୁ କମ୍ ବିଶ୍ୱକପରେ ଖେଳି ସାରିଛନ୍ତି । ଚଳିତ ବର୍ଷ ସେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଛନ୍ତି । ୬ଟି ଟି୨୦ ମ୍ୟାଚରେ ୯୮.୧୮ ଷ୍ଟ୍ରାଇକ ରେଟରେ ୫୪ରନ ଏବଂ ୧୩.୮୩ ଆଭରେଜରେ ୬ଉଇକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.