Latest Odisha News

BREAKING NEWS

କମେଣ୍ଟ ମରାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼

ବାଲେଶ୍ବର : ବାଲେଶ୍ବରରେ ଅଭାବନୀୟ ଘଟଣା । କମେଣ୍ଟ ମରାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼ ହୋଇଛି । ଭୁଜାଖିଆପୀର ଛକ ନିକଟରେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଛୁରାମାଡରେ ଯୁବକଙ୍କ ପିଠିରେ ଗଭୀର ଆଘାତ ଲାଗିଛି । ଆହତ ହୋଇଥିବା ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି ।

ସୂଚନା ଅଦୁସାରେ, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଅଞ୍ଚଳର ଶ୍ରଦ୍ଧାଳୁ ଚାନ୍ଦିପୁର ଯାଇଥିବା ବେଳେ ବାଲେଶ୍ବର ସହରର କିଛି ଅସାମାଜିକ ଯୁବକ ଜଣେ ଯୁବତୀଙ୍କୁ କମେଣ୍ଟ ମାରିଥିଲେ । ସେଠାରେ ଉପସ୍ଥିତ ଥିବା ଯୁବତୀଙ୍କ ସମ୍ପର୍କୀୟ ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ଫଳରେ ଅସାମାଜିକ ଯୁବକମାନେ ସେଠାରୁ ଖସି ଆସି ଭୁଜାଖିଆପୀର ନିକଟରେ ଛକି ବସିଥିଲେ । ଏହି ସମୟରେ ପ୍ରତିବାଦ କରିଥିବା ଯୁବକ ତାଙ୍କ ସମ୍ପର୍କୀୟ ଅନ୍ୟ ୨ ଯୁବତୀଙ୍କୁ ଧରି ବାଇକ୍‌ରେ ଫେରୁଥିବା ବେଳେ, ଅସାମାଜିକ ଯୁବକମାନେ ସେମାନଙ୍କୁ ଅଟକାଇବା ସହ ଆକ୍ରମଣ କରିଥିଲେ ।

ଯୁବକମାନଙ୍କ ମଧ୍ୟରୁ ଜଣେ ଆକ୍ରୋଶ ରଖି ଛୁରାମାଡ କରିଥିବା ଅଭିଯୋଗ ହୋଇଛି । ଛୁରାମାଡ଼ରେ ଆହତ ହୋଇଥିବା ଯୁବକ ଜଣକ ହେଲେ ହଳଦୀପଦା ଅଞ୍ଚଳର ଗୁରୁପ୍ରସାଦ ଦାସ । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରିଛି । ଅସାମାଜିକ ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed.