Latest Odisha News

BREAKING NEWS

[ଭିଡିଓ] ଫିଲ୍ମ ସୂର୍ଯ୍ୟବଂଶୀ ଗୀତର ତାଳେତାଳେ ନାଚିଲେ ହିମାଳୟର ଭିକ୍ଷୁକ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ପ୍ରତିଦିନ ସାମ୍ନାକୁ ଆସେ ଯାହା ଲୋକଙ୍କ ଧ୍ୟାନ ଆକର୍ଷଣ କରିଥାଏ । ଅନେକ ଭାଇରାଲ୍ ଭିଡିଓରେ କିଛି ଲୁକ୍କାୟିତ ପ୍ରତିଭା ମଧ୍ୟ ସାମ୍ନାକୁ ଆସିଥାଏ । ଏହି ଧାରାରେ ହିମାଳୟରେ ରହୁଥିବା କିଛି ଭିକ୍ଷୁକଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସମସ୍ତେ ବଲିଉଡ ଫିଲ୍ମ ଗୀତରେ ଡାନ୍ସ କରିବାରେ ନଜର ଆସିଛନ୍ତି ।

ଫିଲ୍ମ ସୂର୍ଯ୍ୟବଂଶୀରେ ଥିବା “ଆଇଲା ରେ ଆଇଲା” ଗୀତରେ ଡାନ୍ସ କରିବାରେ ନଜର ଆସିଛନ୍ତି ହିମାଳୟନ ମୋଙ୍କସ୍ ନାମକ ଏକ ଭିକ୍ଷୁକ ଦଳ । ଏହି ଭିଡିଓ ବର୍ତ୍ତମାନ ସ୍ଥିତିରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ସାଧାରଣତଃ ବୌଦ୍ଧ ଭିକ୍ଷୁକମାନେ ଏପରି ଡାନ୍ସ କରିବାରେ କେବେ ଦେଖିବାକୁ ମିଳିନଥାଏ । ଭିଡିଓଟି ଯେତେ ମାତ୍ରାରେ ଭାଇରାଲ୍ ହୋଇଛି ସେତେ ମାତ୍ରାରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

Comments are closed.