ପୁରୀ: ଫ୍ରାନ୍ସର ପ୍ରଖ୍ୟାତ ଭବିଷ୍ୟଦ୍ରଷ୍ଟା ମାଇକେଲ ଡି ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ ସର୍ବଦା ସତ୍ୟ ହୋଇ ଆସିଛି । ଆଜତକ, ଜୀ ନ୍ୟୁଜ ଓ ଅମର ଉଜାଲା ପରି ପ୍ରତିଷ୍ଠିତ ଖବର ସଂସ୍ଥା ନୋଷ୍ଟ୍ରାଡମସଙ୍କ ୨୦୨୨ ଭବିଷ୍ୟବାଣୀ ଭୟଙ୍କର ହେବ ବୋଲି ଗୁରୁବାର ଉଲ୍ଲେଖ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନୋଷ୍ଟ୍ରାଡମସଙ୍କ ପୁସ୍ତକରେ ଉଲ୍ଲେଖ କରାଯାଇଥିବା ଅନେକ ଭବିଷ୍ୟବାଣୀ ଏବେ ବି ଗବେଷକମାନେ ସମ୍ପୂର୍ଣ୍ଣ ଭାବେ ବୁଝି ପାରି ନାହାନ୍ତି । ଏହା ସତ୍ୱେ ହଠାତ ବିଭିନ୍ନ ଖବର ସଂସ୍ଥା ଏହାକୁ ପ୍ରକାଶ କରବା ଏହାର ସତ୍ୟତା ନେଇ ସଂଶୟ ସୃଷ୍ଟି କରୁଛି । ତଥାପି ଆସନ୍ତୁ ଜାଣିବା ସେମାନେ ଏ ନେଇ କଣ ଲେଖିଛନ୍ତି ।ବିଶ୍ୱର ହେବ ଭୟଙ୍କର କ୍ଷତି: ୨୦୨୨ରେ ପୃଥିବୀ ପୃଷ୍ଠରେ ପ୍ରାକୃତିକ ଦୁର୍ଘଟଣା ଘଟିବ । ଏହା ଉଲକାପାତ, ମହାକାଶରୁ ବଡ ଚଟ୍ଟାଣ କିମ୍ବା ଏଷ୍ଟରୟଡ ମାଧ୍ୟମରେ ହୋଇପାରେ । ସମୁଦ୍ରରେ ବଡ ଧରଣର ଲହରୀ ଆସିବ । ଜଳସ୍ତର ବୃଦ୍ଧି ଯୋଗୁ ଅନେକ କ୍ଷତି ଘଟିବ ।
ମହଙ୍ଗା ମାଡ: ଆଗାମୀ ବର୍ଷ ସାରା ବିଶ୍ୱରେ ମହଙ୍ଗା ମାଡ ତୀବ୍ର ହେବ । ଆମେରିକାର ଡଲାର ମୂଲ୍ୟ କମିବ । ସୁନା, ରୂପା କେବଳ ଲୋକଙ୍କ ସମ୍ପତି ଭାବେ ପରିଗଣିତ ହେବ । ବଂଚିବା ପାଇଁ ହା ହା କାର ଖେଳିଯିବ ।
ପରମାଣୁ ବୋମା ବିସ୍ଫୋରଣ: ପରମାଣୁ ବୋମା ବିସ୍ଫୋରଣ ଯୋଗୁ ଜଳବାୟୁରେ ବଡ ଧରଣର ପରିବର୍ତନ ହେବ । ଭୂମିକମ୍ପ, ଲାଭା ଉଦଗୀରଣ ପରି ଘଟଣା ଘଟିବ । ଅନେକ ଦେଶର ଶୀତଳ ଯୁଦ୍ଧ ଏହି ପ୍ରାକୃତିକ ବିପର୍ଯ୍ୟୟ ଏକପ୍ରକାର ଶେଷ କରିଦେବ ।୭୨ ଘଂଟା ଅନ୍ଧକାର ରହିବ: ସାରା ବିଶ୍ୱ ୭୨ ଘଂଟା ପାଇଁ ଅନ୍ଧାକରରେ ବୁଡିଯିବ । ପ୍ରାକୃତିକ ଓ ମଣିଷକୃତ ବିପର୍ଯ୍ୟୟ ପରେ ସମ୍ପୂର୍ଣ୍ଣ ମନୁଷ୍ୟଜଗତର ଆଧୁନିକ ଜୀବନର ପରିସମାପ୍ତି ଘଟିବ । ଏହା ପରେ ସବୁ କିଛି ସାଧାରଣ ହୋଇଯିବ ।
ଫ୍ରାନ୍ସ ଉପରେ ବଡ ବିପଦ: ଫ୍ରାନ୍ସରେ ବଡ ଧରଣର ତୋଫାନ ଆସିବ । ଯାହା କି ସବୁ କିଛି ନଷ୍ଟ କରିଦେଇ ଚାଲିଯିବ । ଏହା ପରେ ପରେ ବନ୍ୟା, ଦୁର୍ଭିକ୍ଷ ପରି ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିବ ।
କମ୍ପ୍ୟୁଟରର ରାଜ ହେବ: ଅତ୍ୟାଧୁନିକ ଜ୍ଞାନ କୌଶଳ ମଣିଷ ପାଇଁ ବୁମେରାଂ ସାବ୍ୟସ୍ତ ହେବ । ରୋବୋଟ ଏବଂ ଅନ୍ୟ ଟେକ୍ନୋଲୋଜି ମଣିଷକୁ ନଷ୍ଟ କରିବା ଆରମ୍ଭ କରିବେ ।
ଭୂମଧ୍ୟ ସାଗରରେ ବିସ୍ଫୋରଣ: ମେନାର୍କା ଦ୍ୱୀପ ନିକଟରେ ମିସାଇଲ ଟେଷ୍ଟ ବେଳେ ବଡ ଧରଣର ବିସ୍ଫୋରଣ ଘଟିବ । ଯାହା କି ଅନେକ କ୍ଷୟକ୍ଷତି କରିବ ।
BREAKING NEWS
- ଆଜି ଓଡ଼ିଶା ଆସିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, କରିବେ ନିର୍ବାଚନୀ ପ୍ରଚାର
- ପାକିସ୍ତାନ ସୀମାରେ ପଶି ଆମ ସେନାକୁ ହତ୍ୟା କରୁଛି ଭାରତ: ଇମ୍ରାନ ଖାନ୍
- ଆମେଠି ବଦଳରେ ରାୟବରେଲିରୁ କାହିଁକି ପ୍ରାର୍ଥୀ ହେଲେ ସ୍ପଷ୍ଟ କଲେ ରାହୁଲ ଗାନ୍ଧୀ
- ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଚକ୍ଷୁ ଅସ୍ତ୍ରୋପଚାର, ଏବେ ନିର୍ବାଚନ ପ୍ରଚାର କଲେ ସ୍ଥଗିତ
- ନିର୍ବାଚନ ରଣଭୂମିରେ ମୁହାଁମୁହିଁ: ଫଳାଫଳ ପରେ ରହିଛି କି ପ୍ୟାଚ୍-ଅପ ସମ୍ଭାବନା ?
- ସ୍ୱାଧୀନ ବାଟ ଆପଣାଇ ଘସିପୁରା ନିର୍ବାଚନ ମଇଦାନକୁ ଓହ୍ଲାଇଲେ ସୌମ୍ୟରଞ୍ଜନ ପଟ୍ଟନାୟକ
- ପୂଜା ନା ରାଜନୀତି? ମା ଚର୍ଚ୍ଚିକାଙ୍କୁ ଲାଲ ପରିବର୍ତ୍ତେ ଲାଗିହେଲା ଶାସକ ଦଳର ରଙ୍ଗର ଶାଢି
- ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତାଙ୍କ ଓଡ଼ିଶା ଗସ୍ତ ସୂଚୀ, ଦଳୀୟ ନେତାଙ୍କ ମନରେ ଉତ୍ସାହ
- ରାୟଗଡାରେ ଆଭାସି ଜରିଆରେ ରାହୁଲ ଦେଲେ ଉଦବୋଧନ, ମଂଚକୁ ଆସିନଥିବା ଦେଖି ଅସନ୍ତୋଷ ଜନତା
- ଖଣ୍ଡପଡ଼ାରେ ଗଞ୍ଜେଇ ବେପାରୀଙ୍କ ପତ୍ନୀ ହୋଇଛନ୍ତି ଶାସକ ଦଳର ପ୍ରାର୍ଥୀ?