Latest Odisha News

BREAKING NEWS

ଶ୍ରୀଲଙ୍କାରେ ସିରିଏଲ୍ ବୋମା ବିସ୍ଫୋରଣ: ୧୫୬ ମୃତ, ୩୦୦ରୁ ଅଧିକ ବ୍ୟକ୍ତି ଆହତ

କଲମ୍ବୋ: ପଡ଼ୋଶୀ ଶ୍ରୀଲଙ୍କାରେ ରବିବାର ଦିନ ସିରିଏଲ୍ ବୋମା ବିସ୍ଫୋରଣ ଘଟି ପ୍ରାୟ ୧୫୬ ରୁ ଅଧିକ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଏବଂ ହୋଟେଲରେ ଏହି ବୋମା ବିସ୍ଫୋରଣ ଘଟିଥିବାର ସୂଚନା ହସ୍ତଗତ ହୋଇଛି । ତେବେ ରବିବାର ଦିନ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ଇଷ୍ଟର୍ ପର୍ବ ପାଳନ କରୁଥିବା ବେଳେ ଆତତାୟୀମାନେ ଏହାକୁ ଦୃଷ୍ଟିରେ ରଖି ଆକ୍ରମଣ କରିଥିବା ସୂତ୍ରରୁ ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ଥିବା ବିଭିନ୍ନ ୬ଟି ସ୍ଥାନରେ ଏହି ବିସ୍ପୋରଣ ଘଟାଇଛନ୍ତି ଆତଙ୍କବାଦୀ । ଆତଙ୍କବାଦୀଙ୍କ ଏହି ବର୍ବରୋଚିତ ବୋମା ବିସ୍ଫୋରଣରେ ୩୦୦ ରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତେବେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ଶ୍ରୀଲଙ୍କା ଦୂତାବାସ ସୂତ୍ରରୁ ସୂଚନା ମିଳିଛି ।

କଲମ୍ବୋରେ ଏହି ବିସ୍ଫୋରଣ ଘଟଣା ଘଟିବା ଖବର ପାଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଶୋକ ପ୍ରକାଶ କରିବା ସହିତ ଟ୍ୱିଟ୍ କରି ବାର୍ତ୍ତା ଜଣାଇଛନ୍ତି ।

Leave A Reply

Your email address will not be published.