Latest Odisha News

BREAKING NEWS

ସରିଲା ଶୁଭ ମହୁରତ, ସୁଟିଂ ଫ୍ଲୋରରେ ଫିଲ୍ମ “ତୋ ନା ର ମାନେ ହଁ”

ଭୁବନେଶ୍ୱର: ଧୀରେଧୀରେ ଓଲିଉଡରେ ଭିଡ ଜମିବାରେ ଲାଗିଛି । କିଛି ଫିଲ୍ମ ରିଲିଜ୍ ଅପେକ୍ଷାରେ ଥିବାବେଳେ ଆଉ କିଛି ପାଇପ୍ ଲାଇନରେ ରହିଛି । ଏହି ଧାରାରେ ଅପକମିଂ ଫିଲ୍ମ “ତୋର ନା ର ମାନେ ହଁ” ମଧ୍ୟ ସାମିଲ ହୋଇଛି । ନିକଟରେ ଏହି ଫିଲ୍ମର ଶୁଭ ମହୁରତ ସରିଥିଲାବେଳେ ଆସନ୍ତା ବର୍ଷ ରିଲିଜ୍ ହେବାର ସମ୍ଭାବନା ରହିଛି ।

ଜୋକର ପ୍ଲସ୍ ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ସମ୍ବିତ ଆଚାର୍ଯ୍ୟ ଓ ରିୟା ଦେଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମରେ ଚର୍ଚ୍ଚିତ ଅଭିନେତ୍ରୀ କାବ୍ୟ କିରନଙ୍କୁ ମଧ୍ୟ ସପୋର୍ଟିଂ ରୋଲରେ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଭାର ସୁଧାଂଶୁ ମୋହନ ସାହୁ ସମ୍ଭାଳିଥିବାବେଳେ ଅମୂଲ୍ୟ କୁମାର ଦାସ ଓ ବୃନ୍ଦାବନ ଗୁରୁ ପ୍ରଯୋଜନା ଦାୟିତ୍ୱ ତୁଲାଇବେ ।

ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଫିଲ୍ମରେ ବେଶ କିଛି ମନଛୁଆଁ ଗୀତ ସ୍ଥାନ ପାଇଛି । ତେବେ ଲିଡ୍ ପେୟାର ଓ ଦମଦାର ଗୀତଗୁଡିକୁ ବାଦ୍ ଦେଲେ ଫିଲ୍ମର ଷ୍ଟାରକାଷ୍ଟ କେମିଷ୍ଟ୍ରୀ ମଧ୍ୟ ଚର୍ଚ୍ଚାରେ ରହିଛି । ପ୍ରଦ୍ୟୁମ୍ନ ଲେଙ୍କା, ପିଣ୍ଟୁ ନନ୍ଦ, ଅସିତ ପତି, ମହେଶ୍ୱତା ରାୟ, ସୋମା ଭୌମିକ ଓ ଶୀଲା ତ୍ରିପାଠୀଙ୍କ ଭଳି ଅଭିନେତ୍ରୀଙ୍କୁ ଫିଲ୍ମରେ ଅନ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

ଜଣେ ନାୟକ, ଦୁଇଜଣ ନାୟିକା । ଟ୍ରାଏଙ୍ଗଲ ଲଭଷ୍ଟୋରୀ ଉପରେ ଆଧାରିତ ଏହି ଫିଲ୍ମର ସୁଟିଂ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି । ତେବେ ସବୁଠୁ ମଜାଦାର କଥା ହେଉଛି ଆସନ୍ତା ବର୍ଷ ପ୍ରେମୀ ଯୁଗଳଙ୍କ ଦିନ ଅର୍ଥାତ ଫେବ୍ରୁଆରୀ ୧୪’ ଭ୍ୟାଲେଣ୍ଟାଇନ୍ ଡେ’ ଦିନ ଫିଲ୍ମଟି ରିଲିଜ୍ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.