Latest Odisha News

BREAKING NEWS

ଆଜି ଶ୍ରୀଜୀଉଙ୍କ ପଇତା ଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ମାର୍ଗଶୀର କୃଷ୍ଣଦଶମୀ ତିଥି। ଶ୍ରୀମନ୍ଦିରରେ  ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ। ଏଥିପାଇଁ ଅପରାହ୍ନ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ପାଇଁ ଦର୍ଶନ କଟକଣା ଜାରି ହୋଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ରତ୍ନସିଂହାସନରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି ଏକ ଗୁପ୍ତ ନୀତି । ମହାପ୍ରଭୁଙ୍କ  ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ସେବା ଅନୁଷ୍ଠିତ ହୋଇଥାଏ । ପାଟ କନାର ପଇତାକୁ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କୁ ହଳଦିଆ, ବଡ଼ଠାକୁରଙ୍କୁ ସବୁଜ ଓ ଦେବୀ ସୁଭଦ୍ରାଙ୍କୁ ନାଲି ରଙ୍ଗର ପଇତା ଲାଗି କରାଯାଏ ।

Leave A Reply

Your email address will not be published.