Latest Odisha News

BREAKING NEWS

ମୁମ୍ବାଇ ବୃଦ୍ଧାଶ୍ରମରେ ୬୯ ବରିଷ୍ଠ ନାଗରିକଙ୍କୁ କରୋନା

ମୁମ୍ବାଇ: ଏଠାରେ ଭିୱଣ୍ଡିରେ ଥିବା ଏକ ବୃଦ୍ଧାଶ୍ରମରେ ଏକକାଳୀନ ୬୯ ବରିଷ୍ଠ ନାଗରିକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାହାର ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ ରହି ନାହିଁ । ଏମାନେ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସେଥ ଜିନୋମ ସିକ୍ୱେସିଂ ପାଇଁ ରିପୋର୍ଟ ପଠାଯାଇଛି ।

ଏହି ଆଶ୍ରମରେ ୧୦୦ରୁ ଊର୍ଦ୍ଧ୍ୱ ବୃଦ୍ଧ ରହୁଛନ୍ତି । ସଂକ୍ରମିତଙ୍କୁ ଆଇସୋଲେସନରେ ରଖାଯିବା ସହ ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କଡା ନଜର ରଖାଯାଇଛି । ଥାନେ ଡାକ୍ତରଖାନାରେ ସେମାନଙ୍କୁ ଚିକିତ୍ସା କରାଯାଉଛି ।

Comments are closed.