Latest Odisha News

BREAKING NEWS

ଇଡିରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ,ଚାଲିଛି ପଚରା ଉଚରା

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ଇଡିରେ ହାଜର ହୋଇଛନ୍ତି । ଟାଟାରେ ଚାକିରୀ ସ୍କାମ ଓ ତାଙ୍କ ଆକାଉଣ୍ଟକୁ ବେଆଇନ ଅର୍ଥ କାରାବାର ନେଇ ସମନ ହୋଇଥିଲା। ପୂର୍ବରୁ ଦୁଇଥର ସ୍ୱାସ୍ଥ୍ୟଗତ କାରଣରୁ ଇଡିରେ ହାଜର ହୋଇନଥିଲେ ପ୍ରଦୀପ। ମାତ୍ର ଆଜି ଦିନ ୧୦ ଟାରେ ଇଡିରେ ହାଜର ହୋଇଥିଲେ ପ୍ରଦୀପ। ପୂର୍ବରୁ ଅଭୟ ପାଠକ ଓ ଆକାଶ ପାଠକଙ୍କୁ ଇଡି ପଚରା ଉଚରା କରିଥିଲା।

ଦୁଇ ଦିନ ପୂର୍ବରୁ ଶ୍ରୁତି ପାଣିଗ୍ରାହୀଙ୍କୁ ଇଡି ପଚରା ଉଚରା କରିଥିଲା।ଏପରିକି  ପ୍ରଦୀପ ପାଣିଗ୍ରାହୀଙ୍କୁ ଇଡି ଆଜି ଜେରା କରିଛି। ସେପଟେ ଇଡିର ଡାକରାକୁ ସମ୍ମତି ଜଣାଇ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଆମେ ଆଇନକୁ ସମ୍ମାନ ଦେଇଥାଉ।ତେଣୁ ଇଡିର ପଚରା ଉଚରାରେ ସହଯୋଗ କରିବେ ବୋଲି ପ୍ରଦୀପ କହିଛନ୍ତି।

Leave A Reply

Your email address will not be published.