Latest Odisha News

BREAKING NEWS

ମହଙ୍ଗା ହେଲା ମୋବାଇଲ ସେବା

ଭୁବନେଶ୍ୱର: ମହଙ୍ଗା ହେଲା ମୋବାଇଲ ସେବା । ଦେବାକୁ ପଡିବ ଅଧିକ ଟଙ୍କା ।  ଭୋଡାଫୋନ୍, ଏୟାରଟେଲ ପରେ ଜିଓ କମ୍ପାନୀ ବଢାଇଛି ରିଚାର୍ଜ ପ୍ୟାକର ଦାମ । କରୋନା ପାଇଁ ସରକାରୀ, ବେସରକାରୀ କାମ ପାଖରୁ ଆରମ୍ଭ କରି ସ୍କୁଲ ଅନଲାଇନରେ ଚାଲିଛି । ଏପରି ସ୍ଥିତିରେ ଫୋନ୍ କଲ୍ ଏବଂ ଡାଟା ପ୍ୟାକ ବୃଦ୍ଧିକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମହଙ୍ଗା ହେଲା ଫୋନ୍ କଲ । ସୋସିଆଲ ମିଡିଆରେ ସକ୍ରିୟ ରହିବା ପାଇଁ ଦେବାକୁ ହେବ ଅଧିକ ଟଙ୍କା । ଦରଦାମ ବୃଦ୍ଧି ଦେଇ ଆପଣ ଗତି କରୁଥିବା ବେଳେ ଟେଲିକମ କମ୍ପାନୀ ଦର ବୃଦ୍ଧି ଉପରେ ଲଦିଛନ୍ତି ଅର୍ଥ ବୋଝ । କରୋନା ପାଇଁ ଏବେ ସ୍କୁଲ ପାଖରୁ ଆରମ୍ଭ କରି ସରକାରୀ ଓ ବେସରକାରୀ କମ୍ ଅନଲାଇନ୍ ଉପରେ ନିର୍ଭରଶୀଳ ।

ପୂର୍ବ ଅପେକ୍ଷା ଅଧିକ ଡାଟା ବ୍ୟବହାର କରୁଛନ୍ତି ମୋବାଇଲ ଉପଭୋକ୍ତା । ଏଣିକି ମାସ ପିଛା ଆପଣ ରିଚାର୍ଜ ପାଇଁ ଯେତିକି ଅର୍ଥ ଖର୍ଚ କରୁଥିଲେ ଏବେ ସେଥିରେ ୧୦୦ରୁ ୨୦୦ ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ । ରିଲାଏନ୍ସ ଜିଓର ନୂଆ ଟାରିଫ ଡିସେମ୍ବର ୧ରୁ ଲାଗୁ ହେବାକୁ ଯାଉଛି ।

କମ୍ପାନୀ ରିଚାର୍ଜ ପ୍ୟାକର ସର୍ବାଧିକ ୨୧ ପ୍ରତିଶତ ବୃଦ୍ଧି କରିଛି । ପ୍ରଥମେ ଭୋଡାଫୋନ୍ ଟାରିଫ ପ୍ୟାକର ଦାମ ବଢାଇଥିଲା । ଏହାପରେ ଏୟାରଟେଲ୍ ନଭେମ୍ବର ୨୨ରେ ଟାରିଫ ପ୍ୟାକ ବଢାଇଛି । ଏହି ଦୁଇ କମ୍ପାନୀ ସର୍ବାଧିକ ୨୫ ପ୍ରତିଶତ ଟାରିଫ ପ୍ୟାକ ବଢାଇଥିବା ଜଣାପଡିଛି ।

ଏବେ ଜିଓର ସର୍ବନିମ୍ନ ୨୮ ଦିନିଆ ପ୍ୟାକ ୭୫ ଟଙ୍କା ପ୍ୟାକ ୯୧ ଟଙ୍କା ହୋଇଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନର ୭୯ ଟଙ୍କାର ପ୍ୟାକ ଏବେ ୯୯ ଟଙ୍କା ହୋଇଛି ।

ତେବେ ଦର ବଢାଇବା ସହିତ କମ୍ପାନୀ ମାନେ ଅଧିକ ଡାଟା ଏବଂ ଟକଟାଇମ୍ ଦେଇଥିବା ସୂଚନା ରହିଛି ।

 

Leave A Reply

Your email address will not be published.