ଆଜିଠୁ ନବରାତ୍ରୀ; ଶକ୍ତି ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା
ନବରାତ୍ରୀ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର: ଦେଶରେ ବିଭିନ୍ନ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ନବରାତ୍ରୀ ପୂଜା। ଆଶ୍ୱିନ ଶକ୍ଲ ପକ୍ଷ ପ୍ରତିପଦା ତିଥିରେ ଶାରଦୀୟ ନବରାତ୍ରୀ ଆରମ୍ଭ ହେଉଛି । ଆଜି କଳସ ସ୍ଥାପନ କରାଯାଇ ମା’ ଦୁର୍ଗାଙ୍କ ପ୍ରଥମ ସ୍ଵରୂପ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ଦେବୀ ଶୈଳପୁତ୍ରୀ ଜ୍ଞାନ ଏବଂ ସ୍ଥିରତାର ପ୍ରତୀକ । ଏହି ଦିନ ମା’ଙ୍କ ଆରଧାନ କରିବା ଦ୍ୱାରା ସୁଯୋଗ୍ୟ ବର ମିଳିଥାଏ।
ଅପରପକ୍ଷରେ ନବରାତ୍ରୀ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ, “ପବିତ୍ର ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପ୍ରଣାମ। ମା’ଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଭରିଯାଉ”।
ନବରାତ୍ରରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିଭିନ୍ନ ପେଣ୍ଡାଲରେ ପୂଜା କରନ୍ତି ଶ୍ରଦ୍ଧାଳୁ। ଏହା ସହ ନବରାତ୍ରରେ ଶକ୍ତି ପୀଠ ଗୁଡ଼ିକରେ ସ୍ୱତନ୍ତ୍ର ପୂଜା ଆୟୋଜନ କରାଯାଇଥାଏ । ଆଜି ସକାଳୁ ବିଭିନ୍ନ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଘଣ୍ଟଘଣ୍ଟା, ମନ୍ତ୍ରପାଠ ଓ ପୂଜାର୍ଚ୍ଚନାରେ ଗୁଞ୍ଜରିତ ହେଉଛି।
ଅନ୍ୟପଟେର କଟକରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ସକାଳୁ ସକାଳୁ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।
ଏହି ୯ ଦିନରେ ମାତା ଦୁର୍ଗା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁସ୍ମଣ୍ଡା, ସ୍କନ୍ଦମାତା, କତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ ରୂପରେ ପୂଜା ପାଇଥାନ୍ତି।

