Latest Odisha News

BREAKING NEWS

ଆକାଶ ମହୁରିଆ ମୃତ୍ୟୁ ମାମଲା: ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଜୟପୁର: ୨୦୧୭ରେ ସାମ୍ନାକୁ ଆସିଥିଲା ଆକାଶ ମହୁରିଆ ମୃତ୍ୟୁ ମାମଲା । ଏହି ଘଟଣାକୁ ନେଇ ସମଗ୍ର କୋରାପୁଟ୍ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଥିଲା । ଚର୍ଚ୍ଚା ହୋଇଥିଲା ହତ୍ୟାକୁ ଦୁର୍ଘଟଣାର ରୂପ ଦେଇଥିଲା ତତ୍କାଳୀନ ତଦନ୍ତକାରୀ ଟିମ୍ । ହେଲେ ଶେଷରେ ଆକାଶ ମୃତ୍ୟୁ ମାମଲାରେ ତଦନ୍ତର ଦିଗ ନୂଆ ମୋଡ ନେଇଛି ।

ଚାରିଜଣ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା କ୍ରାଇମବ୍ରାଂଚ । ଜୟପୁର ଟାଉନ ଥାନା ଅଧିକାରୀ ତପନ ନାରାୟଣ ରଥ, ପୂର୍ବତନ ସବ୍‌-ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ, ବଳିଆର ସିଂ ଓ ତତ୍କାଳୀନ ଏସ୍‌ଡିପିଓ ରାଜେନ୍ଦ୍ର ପ୍ରସାଦ ସେନାପତିଙ୍କ ବିରୋଧରେ କ୍ରାଇମବ୍ରାଂଚ ନିଜ ଆଡୁ ମାମଲା ରୁଜୁ କରିଛି ।

ମୃତ ଅଭିଯୁକ୍ତ ଆକାଶ ବିରୋଧରେ ରହିଥିଲା ୧୪ଟି ଅପରାଧୀକ ମାମଲା । ତାକୁ ଧରିବାକୁ ଚେଷ୍ଟା କରୁଥିବା ସମୟରେ ଆକାଶ ବାଇକରୁ ଖସି ପ୍ରାଣ ହରାଇଥିବା ନେଇ ପୋଲିସ ରିପୋର୍ଟ ଦାଖଲ କରିଥିଲା । ହେଲେ ପରିବାର ଲୋକେ ଆକାଶଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିବା ପରେ କ୍ରାଇମବ୍ରାଂଚ ତଦନ୍ତ କରି ନିଜ ଆଡୁ ହତ୍ୟା ମାମଲା ରୁଜୁ କରିଛି ।

Leave A Reply

Your email address will not be published.