Latest Odisha News

ଦାମୀ ସହର: ସିଙ୍ଗାପୁର, ଲଣ୍ଡନ, ହଂକଂକୁ ପଛରେ ପକାଇଲା ତେଲ ଅଭିଭ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଦାମୀ ତଥା ବ୍ୟୟ ବହୂଳ ସହରର ତାଲିକା ପ୍ରକାଶ ପାଇଛି । ଇସ୍ରାଏଲର ତେଲ ଅଭିଭ ଏହି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି । ଗ୍ଲୋବାଲ ସର୍ଭେ ଇକୋନୋମିକ ଇଂଟେଲିଜେନ୍ସ ୟୁନିଟ ଏହି ତାଲିକା ପ୍ରକାଶ କରିଛି । ସିଙ୍ଗାପୁର, ଲଣ୍ଡନ ଓ ହଂକଂକୁ ତେଲ ଅଭିଭ ଏଥର ପଛରେ ପକାଇ ଦେଇଛି । ସର୍ବଦା ପ୍ରଥମ ୫ଜଣଙ୍କ ମଧ୍ୟରେ ସ୍ଥାନ ପାଉଥିଲେ ମଧ୍ୟ କେବେ ଏହି ସହର ଶୀର୍ଷ ସ୍ଥାନ ହାସଲ କରି ନ ଥିଲା । ବିଶ୍ୱର ୧୭୩ ସହରକୁ ଏହି ତାଲିକାରେ ସାମିଲ କରାଯାଇଥିଲା ।

ଦ୍ୱିତୀୟ ସ୍ଥାନରେ ପ୍ୟାରିସ ଓ ସିଙ୍ଗାପୁରକୁ ରଖାଯାଇଥିବା ବେଳେ ତୃତୀୟ ସ୍ଥାନରେ ଜ୍ୟୁରିକ ଓ ହଂକଂକୁ ରଖାଯାଇଛି । ସିରିୟାର ହିଂସାଗ୍ରସ୍ତ ଦାମିଶକ ସବୁଠାରୁ ଶସ୍ତା ସହର ପାଲଟିଛି । ଆମେରିକୀୟ ଡଲାର ତୁଳନାରେ ସ୍ଥାନୀୟ ମୁଦ୍ରା, ହୋଟେଲ, ଖାଦ୍ୟଓ ପାନୀୟକୁ ଆଖି ଆଗରେ ରଖାଯାଇ ଏହାର ରେଟିଂ ପ୍ରସ୍ତୁତ କରାଯାଇଥାଏ ।

Leave A Reply

Your email address will not be published.