Latest Odisha News

BREAKING NEWS

କରୋନା କବଳରୁ ମୁକୁଳିଲେ ଅଭିନେତା କମଲ ହାସନ୍

ଭୁବନେଶ୍ୱର: କରୋନା ସଂକ୍ରମଣରୁ ତ୍ରାହି ପାଇଲେ ଅଭିନେତା ତଥା ରାଜନେତା କମଲ ହାସନ୍ । ଗତ ନଭେମ୍ବର ୨୨ ତାରିଖରେ ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ ବାହାରିବା ପରେ ସେ ଶ୍ରୀ ରାମଚନ୍ଦ୍ର ମେଡିକାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିଜର ଏକ୍ସକ୍ଲୁସିଭ କ୍ଲଥ୍ ଲାଇନ୍ ଲଂଚ କରିବାକୁ ସେ ଆମେରିକା ପହଂଚିଥିଲେ । ହେଲେ ସେଠାରୁ ଫେରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏ ନେଇ ଖୋଦ କମଲ ହାସନ ଏକ ଟୁଇଟ୍ ଜରିଆରେ ପ୍ରକାଶ କରିଥିଲେ ।

ନଭେମ୍ବର ୨୨’ରେ କମଲ ହାସନଙ୍କ ନିକଟରେ କୋଭିଡ୍ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କୋଭିଡ୍ ପଜିଟିଭ ବାହାରିବା ପରେ ଡାକ୍ତର ସୁହାସ ପ୍ରଭାକରଙ୍କ ଅଧିନରେ ସେ ଚିକିତ୍ସିତ ହେଉଥିଲେ । ତେବେ ବର୍ତ୍ତମାନ ସ୍ଥିତିରେ କମଲ ହାସନ କୋଭିଡ୍ ମୁକ୍ତ ଥିବା ଡାକ୍ତର ସୁହାସ ପ୍ରକାଶ କରିଛନ୍ତି ।

କୋଭିଡରେ ସଂକ୍ରମିତ ହେବା ପୂର୍ବରୁ କମଲ ହାସନ ଅପକମିଂ ଫିଲ୍ମ ବିକ୍ରମ ଓ ବିଗ୍‌ବସ୍ ତାମିଲ ଭର୍ସନ୍ ସିଜିନ୍‌-୫ର ସୁଟିଂରେ ସାମିଲ ଥିଲେ । ଡାକ୍ତରୀ ଦଳ ଅନୁଯାୟୀ ଆସନ୍ତା ୪ ତାରିଖଠାରୁ କମଲ ହାସନ ପୁଣିଥରେ ସମସ୍ତ ସୁଟିଂରେ ସାମିଲ ହୋଇପାରିବେ ।

Leave A Reply

Your email address will not be published.