Latest Odisha News

BREAKING NEWS

ବାତ୍ୟା ଆଣିବ ସର୍ବାଧିକ ୧୧୦ କିଲୋମିଟର ବେଗରେ ପବନ

ଭୁବନେଶ୍ୱର: ବଙ୍ଗୋପସାଗରରେ ବାତ୍ୟା ଭୟ ଧୀରେ ଧୀରେ ବଢୁଛି । ଆଜି ଗଭୀର ଅବପାତ ହୋଇଛି । ୧୨ ଘଣ୍ଟାରେ ସୃଷ୍ଟି ହେବ ବାତ୍ୟା । ଆନ୍ଧ୍ର କାଲି ସୁଦ୍ଧା ଉତ୍ତର ଆନ୍ଧ୍ର ପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ପାଦ ଥାପିବ । ଏଥିପାଇଁ ଜାରି ହୋଇଛି ସାଇକ୍ଲୋନ୍ ଆଲର୍ଟ । ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । କେଉଁଠି ଲାଣ୍ଡଫଲ୍ କରିବ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ବାତ୍ୟା ସାଙ୍ଗରେ ନେଇ ଆସିବ ପ୍ରବଳ ବର୍ଷା ପବନ ।

ଆଜି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ ପବନ ବହୁଛି । ଏହା ବଢ଼ି ସନ୍ଧ୍ୟା ବେଳକୁ ଘଣ୍ଟାପ୍ରତି ୭୦-୮୦ କିଲୋମିଟ ଓ ପରେ ୯୦ କିଲୋମିଟର ଛୁଇଁପାରେ । କାଲି ସନ୍ଧ୍ୟାରେ ପବନର ବେଗ ଘଣ୍ଟାପ୍ରତି ୯୦-୧୦୦ କିଲୋମିଟର ରହିପାରେ । ଏହା ସ୍ଥଳବିଶେଷରେ ବଢ଼ି ସର୍ବାଧିକ ୧୧୦ କିଲୋମିଟ ବି ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଜି ମଧ୍ୟରାତିରୁ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୪୫-୫୫ କିଲୋମିଟର ଓ ଏହା ବଢ଼ି ୬୫ କିଲୋମିଟ ହୋଇପାରେ । କାଲି ବଢ଼ିବ ବେଗ । ଆସନ୍ତାକାଲି ପବନର ବେଗ ଘଣ୍ଟାପ୍ରତି ୯୦-୧୦୦ କିଲୋମିଟର ଛୁଇଁଯାଇପାରେ । ବାତ୍ୟା ଜଓ୍ୱାଦ ପ୍ରଭାବରେ ସମୁଦ୍ର ଭୀଷଣ ଅଶାନ୍ତ ରହିବ । ବଡ଼ ବଡ଼ ଜୁଆର ମାଡ଼ି ଆସିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ୫ ତାରିଖ ଯାଏ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

Leave A Reply

Your email address will not be published.