Latest Odisha News

ୟାହୁ ସର୍ଚ୍ଚରେ ମୋଦୀ ଶୀର୍ଷରେ, କୋହଲି ଦ୍ୱିତୀୟ

ନୂଆଦିଲ୍ଲୀ: ୟାହୁ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଭାରତର ଲୋକପ୍ରିୟ ବ୍ୟକ୍ତିଙ୍କ ସୂଚୀ ଜାରୀ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ କ୍ରିକେଟର ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃତୀୟ, ଅଭିନେତା ସିଦ୍ଧାର୍ଥ ଶୁକ୍ଲା ୪ର୍ଥ ଓ ରାହୁଲ ଗାନ୍ଧୀ ୫ମ ସ୍ଥାନ ହାସଲ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନୀ ଏବଂ ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ମଧ୍ୟ ୟୁଜର୍ସମାନେ ଅଧିକ ଥର ସର୍ଚ୍ଚ କରିଛନ୍ତି ।

ଅଭିନେତ୍ରୀଙ୍କ ମଧ୍ୟରେ କରୀନା କାପୁର ଓ ପ୍ରିୟଙ୍କା ଚୋପ୍ରା, ଆଲିୟା ଭଟ୍ଟ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି । କୃଷକ ଆନ୍ଦୋଳନ , ଆର୍ଯ୍ୟନ ଖାଁ ଡ୍ରଗ୍ସ କେସ, ୨୦୨୧ ବଜେଟ, ରାଜ କୁନ୍ଦ୍ରା ଓ ବ୍ଲାଙ୍କ ଫଙ୍ଗସ ଟପ ନ୍ୟୁଜମେକରରେ ରହିଛନ୍ତି ।

Comments are closed.