Latest Odisha News

BREAKING NEWS

ଭାରତୀୟ ଇନିଂସର ସମସ୍ତ ୧୦ ଉଇକେଟ ଅକ୍ତିଆର କଲେ ପଟେଲ, କୁମ୍ବଲେଙ୍କ ରେକର୍ଡ ସହ ସମକକ୍ଷ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଏଜାଜ ପଟେଲ । ଭାରତର ପ୍ରଥମ ଇନିଂସର ସମସ୍ତ ୧୦ ଉଇକେଟ ସେ ଏକାକୀ ଅକ୍ତିଆର କରି ଅନୀଲ କୁମ୍ବଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଏହା ବ୍ୟତୀତ ସେ ଭାରତରେ ଗୋଟିଏ ଇନିଂସରେ ସର୍ବାଧିକ ଉଇକେଟ ନେବା ଖେଳାଳି ପାଲଟିଛନ୍ତି । ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବ ଏଜାଜ ୮ ବର୍ଷ ବୟସରେ ପରିବାର ସହ ନ୍ୟୁଜିଲାଣ୍ଡ ଯାଇଥିଲେ । ୧୦ ଉଇକେଟ ଅକ୍ତିଆର କରିବା ପରେ ସେ ୱାଙ୍ଖେଡ ପିଚକୁ ମୁଣ୍ଡିଆ ମାରିଥିଲେ ।

ମୟଙ୍କଙ୍କ ଚମତ୍କାର ଶତକ,ଭାରତ ୩୨୫ରେ ଅଲଆଉଟ: ମୟଙ୍କ ଅଗ୍ରୱାଲ ଚମତ୍କାର ଶତକ (୧୫୦) ରନ ସହାୟତାରେ ଭାରତ ପ୍ରଥମ ଇନିଂସରେ ୩୨୫ ରନ କରି ଅଲଆଉଟ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ ୪୪ ଓ ଅକ୍ଷର ପଟେଲ ୫୨ ରନ କରିଥିଲେ । ଟସ ଜିତି ବିରାଟ କୋହଲି ପ୍ରଥମ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ ।

Leave A Reply

Your email address will not be published.