Latest Odisha News

BREAKING NEWS

ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଲା ଜୱାଦ, ଆଜିଠୁ ପାଗରେ ହେବ ପରିବର୍ତ୍ତନ

ଭୁବନେଶ୍ୱର: ଜୱାଦ ଦୁର୍ବଳ ହେବା ପରେ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଲା । ଜୱାଦ ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ହୋଇଛି । ସମୁଦ୍ର ଭିତରେ ବାତ୍ୟାର ରୂପ ନେବା ପରେ ସେହି ସମୁଦ୍ରରେ ତୀବ୍ର ଅବପାତ ଓ ପରେ ଅବପାତରେ ପରିଣତ ହୋଇଛି । ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ । ଲଗାଣ ବର୍ଷା ଯୋଗୁଁ ଉପକୂଳ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି ।

ଆଜି ଆଉ ବର୍ଷାର ବିଶେଷ ପ୍ରଭାବ ନାହିଁ । ଉତ୍ତର ଉପକୂଳର କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାତ୍ୟା ଯେତିକି ଉପକୂଳ ନିକଟବର୍ତ୍ତୀ ହେଉଥିଲା, ସେତିକି ଦୁର୍ବଳ ହେଉଥିଲା । ସମୟ ଗଡ଼ିବା ସହ ବର୍ଷା ଓ ପବନ ପରିମାଣ ମଧ୍ୟ ଧୀରେ ଧୀରେ ହ୍ରାସ ପାଇଥିଲା । ବାତ୍ୟା ଦୁର୍ବଳ ହୋଇଥିବାରୁ ସୋମବାରୁ ପାଗରେ ପରିବର୍ତ୍ତନ ଆସିବ । ତେବେ ରାଜ୍ୟରେ ଶୀତ ପ୍ରବାହ ଅପରିବର୍ତ୍ତିତ ରହିବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଶୀତ ରହିବ ।

Leave A Reply

Your email address will not be published.