Latest Odisha News

BREAKING NEWS

ଦିଲ୍ଲୀ ହିଂସା: ହତ୍ୟା ଉଦ୍ୟମ ନେଇ ଦୋଷୀ ସାବ୍ୟସ୍ତ ହେଲେ ଶାହାରୁଖ୍ ପଠାନ

ନୂଆଦିଲ୍ଲୀ: ହତ୍ୟା ଉଦ୍ୟମ ନେଇ ଦୋଷୀ ସାବ୍ୟସ୍ତ ହେଲେ ଶାହାରୁଖ୍ ପଠାନ । ୨୦୨୦ରେ ଦଙ୍ଗା ସମୟରେ ଦିଲ୍ଲୀ ପୋଲିସ୍ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ଶାହାରୁଖ ପଠାନ ଦୋଷୀ ବୋଲି କହିଛନ୍ତି କୋର୍ଟ । ଶାହାରୁଖଙ୍କ ଆବେଦନକୁ ଖାରଜ କରିବା ସହ ତାଙ୍କ ବିରୋଧରେ ଦଙ୍ଗା କରିବା ଏବଂ ହତ୍ୟା ଉଦ୍ୟମ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ବୋଲି ସ୍ପଷ୍ଟ କରିଛନ୍ତିି କୋର୍ଟ ।

ଦିଲ୍ଲୀ ପୋଲିସର ହେଡ୍ କନଷ୍ଟେବଳ ଦୀପକ ଦହିଆଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଉଦ୍ୟମ କରୁଥିବାର ଏକ ଫଟୋ ଗତ ବର୍ଷ ଦିଲ୍ଲୀରେ ହୋଇଥିବା ସାଂପ୍ରଦାୟିକ ଦଙ୍ଗା ସମୟରେ ସୋସିଆଲ ମିଡିଆରେ ନଜର ଆସିଥିଲା । ଏହାପରେ ତାଙ୍କୁ ୩ ମାର୍ଚ୍ଚ ୨୦୨୦ ରେ ଗିରଫ କରାଯାଇଥିଲା । ବର୍ତ୍ତମାନ ସେ ତିହାର ଜେଲରେ ଅଛନ୍ତି ।

କୋର୍ଟ ତାଙ୍କ ଉପରେ ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିଲେ ଯାହାକୁ ଚାଲେଞ୍ଜ କରିଥିଲା ଶାହାରୁଖ ପଠାନ । ଶାହାରୁଖ କହିଥିଲେ ଯେ ପୋଲିସ କର୍ମୀଙ୍କୁ ମାରିବା ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା ଏବଂ ସିଆରପିସି ଧାରା ୧୪୪ ଲାଗୁ ହେବା ବିଷୟରେ ଜଣାନଥିଲେ ।

ଗତ ବର୍ଷ ଫେବୃଆରୀ ମାସରେ ଦଙ୍ଗା ଯୋଗୁଁ ୫୩ ଜଣକ ମୃତ୍ୟୁ ହୋଇଥିଲା ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

Comments are closed.