Latest Odisha News

BREAKING NEWS

ରାଜ୍ୟରେ ଓମିକ୍ରନ ସଂକ୍ରମିତ ଏଯାଏଁ ଚିହ୍ନଟ ହୋଇନାହାନ୍ତି

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ସଂକ୍ରମିତ ଏଯାଏଁ ଚିହ୍ନଟ ହୋଇନାହାନ୍ତି । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ନଭେମ୍ବର ୨୯ପରଠାରୁ ଜିନୋମ ସିକ୍ୱେନ୍ସିଂ ପାଇଁ ଆଇଏଲଏସକୁ ଯାଇଥିବା ୨୪୬ ନମୂନାରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ନଭେମ୍ବର ମାସରେ ପୂର୍ବରୁ ୧୪୧ ନମୂନା ଯାଇଥିବାବେଳେ ସେଥିରେ କୌଣସି ଓମିକ୍ରନ ଚିହ୍ନଟ ହୋଇନାହିଁ ।

ଅନ୍ୟପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ଓମିକ୍ରନ ଚିହ୍ନଟ ହୋଇନାହିଁ । ତେବେ ଓମିକ୍ରନ ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି । ଏଥିପାଇଁ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଏବେ ସୁଦ୍ଧା ଏଏସିପିରେ ୧୨୮୬ଜଣ ପଞ୍ଜିକରଣ କରିଛନ୍ତି । ବିଦେଶ ଫେରନ୍ତାଙ୍କ ମଧ୍ୟରୁ ଗଞ୍ଜାମ, କଟକ, ଭୁବନେଶ୍ୱର ଓ ଅନୁଗୁଳରେ ସର୍ବାଧିକ ବ୍ୟକ୍ତି ଥିବା ସେ ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ପଜିଟିଭ ଚିହ୍ନଟ ହୋଇଥିବା ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ରିପୋର୍ଟ ବିଭାଗ ପାଖରେ ରହିଛି । ସ୍କୁଲରୁ ଯେଉଁ ପଜିଟିଭ ରିପୋର୍ଟ ଆସିଛି ସବୁ ଲକ୍ଷଣବିହୀନ । ସେମାନଙ୍କୁ ଡ଼ାକ୍ତରଖାନା ଯିବାକୁ ପଡ଼ୁନାହିଁ । ଶିକ୍ଷକମାନେ ଟିକା ନେଇଛନ୍ତି । ଟିକା ନେଇନଥିବା ଶିକ୍ଷକଙ୍କୁ ଟିକାକରଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏହାସହ କଲେଜର ୧୮ବର୍ଷରୁ ଅଧିକ ସମସ୍ତ ଛାତ୍ରଛାତ୍ରୀଙ୍କୁ ଟିକା ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.