Latest Odisha News

ଇଂଟରନେଟରେ ଝଡ ସୃଷ୍ଟି କଲା ଆରଆରଆର ଟ୍ରେଲର: ୨୪ ଘଂଟାରେ ୫୦ ମିଲିୟନ ଭ୍ୟୁଜ

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ଆରଆରଆର ଫିଲ୍ମର ଟ୍ରେଲର ଇଂଟରନେଟ ଓ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଓ କନ୍ନଡ ଭାଷାରେ ଏହାର ଟ୍ରେଲରକୁ ୨୪ ଘଂଟାରେ ୫୧.୧୨ ମିଲିୟନ ଭ୍ୟୁଜ ମିଳିଯାଇଛି । ଯାହାକି ଏକ ରେକର୍ଡ । ଏହା କେଜିଏଫ ଚ୍ୟାପ୍ଟର ୨ର ଟେଲର ୨ ଦିନରେ ୧୦୦ ମିଲିୟନ ଭ୍ୟୁଜ ହାସଲ କରିଥିଲା ।

ଏହା ପଛକୁ ହ୍ରିତିକ ରୋଶନ ଓ ଟାଇଗର ଶ୍ରଫଙ୍କ ୱାର ରହିଛି । ୱାର ୧୩୧,୪୬୩,୪୩୫ ଭ୍ୟୁଜ ଏବଂ ୧.୮ ମିଲିୟନ ଲାଇକ୍ସ ମିଳିଥିଲା । ବାଗୀ ୩(୧୨୪୬୮୯୨୦୦) ଏବଂ ଶାହାରୁଖ ଖାଁ ଜୀରୋ (୧୨୩୨୧୩୯୪୫) ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି । ବାହୁବଳୀ ୨କୁ ୧୨୧୫୧୨୦୭୧ ଭ୍ୟୁଜ ମିଳିଥିଲା । ଜୀରୋ ଫିଲ୍ମକୁ ଛାଡିଦେଲେ ବାକି ସବୁତମ ପରେ ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହୋଇଥିଲା ।

Leave A Reply

Your email address will not be published.